ଓଡିଆ ନ୍ୟୁଜ୍(ବ୍ୟୁରୋ): ଧିରେ ଧିରେ କମୁଛି କରୋନା କେସ୍ । ରାଜ୍ୟରେ ବିଭନ୍ନ ଜାଗାରେ ସଂକ୍ରମଣ କ୍ରମଶଃ କମିବାରୁ ଅନେକ ଜାଗାରେ କଟକଣାକୁ ବି କୋହଳ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କିଛି କଟକଣା କୋହଳ କରାଯାଇଛି।
ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀର ଧର୍ମାନୁଷ୍ଠାନରେ ହଟିଛି କଟକଣା। ଆଉ ଦରକାର ନାହିଁ କୋଭିଡ ସାର୍ଟିଫିକେଟ। ସାମ୍ପ୍ରତିକ କୋଭିଡ ଓ ଟୀକାକରଣର ସ୍ଥିତି କୁ ନେଇ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଣିକି ବିଏମସି ଅଧିନରେ ଥିବା ଧାର୍ମିକ ଅନୁଷ୍ଠାନକୁ ପରିଦର୍ଶନ ପାଇଁ ଟୀକାକରଣ ପ୍ରମାଣପତ୍ର କିମ୍ବା ପରିଚୟପତ୍ରର ଆବଶ୍ୟକତା ନାହିଁ। କିନ୍ତୁ ଏହାର କର୍ତ୍ତୃପକ୍ଷ ସେମାନଙ୍କ ପରିସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ବିଶୋଧନ ଭଳି ସମସ୍ତ କୋଭିଡର ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବୃଆରୀ ୧୨ ରୁ ୧୫ ବର୍ଷ ରୁ ତଳ ପିଲା ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ କୁ ଯିବା ପାଇଁ ଅନୁମତି ଦେଇଥିଲା ବିଏମ୍ସି ।
କୋଭିଡ କଟକଣାରେ ଫେବ୍ରୁଆରୀ ୧୨ରୁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥିଲା ଧର୍ମାନୁଷ୍ଠାନ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ଖୋଲିଛି । କୋଭିଡ କଟକଣାରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ। କୋଭିଡ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତି କେବଳ ଧର୍ମାନୁଷ୍ଠାନ ପରିସରକୁ ଯିବାପାଇଁ ଅନୁମତି ଥିଲା। ଏଥିପାଇଁ ଭ୍ୟାକ୍ସିନେସନ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ବୋଲି ବିଏମସି ନିର୍ଦ୍ଦେଶ ଦେଇଥିଲା
ସେହିଭଳି ଭୁବନେଶ୍ୱରରେ ୧୫ ବର୍ଷରୁ କମ ବୟସର ପିଲାଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ଅନୁମତି ମିଳିଥିଲା ।ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା ନିଆଯାଇଥିଲା। ମନ୍ଦିର ଭିତରକୁ ଏକାଥରେ ଶହେ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଆସନ୍ତା ୨୮ ତାରିଖ ଯାଏ ଏହି ଗାଇଡଲାଇନ ଲାଗୁ ହେବ ବୋଲି ବିଏମସି ତରଫରୁ ସୂଚନା ମିଳିଥିଲା କିନ୍ତୁ ଆଜି ଏହି କଟକଣାକୁ ହଟାଯାଇଛି।