ବିଜେପିରେ ଯୋଗ ଦେଲେ ଅବସରପ୍ରାପ୍ତ ଯୋଗାଣ ବିଭାଗ ଅଧିକାରୀ ରଞ୍ଜନ କୁମାର ସେଠ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ଏବଂ ସର୍ବଦା ଓଡ଼ିଶାର ଉନ୍ନତି ପାଇଁ ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଅବସରପ୍ରାପ୍ତ ଯୋଗାଣ ବିଭାଗ ଅଧିକାରୀ ରଞ୍ଜନ କୁମାର ସେଠ୍ । ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ରାଜ୍ୟ ସଭାପତି   ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା   ଜୟନାରାୟଣ ମିଶ୍ର ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଶ୍ରୀ ସେଠ୍‌ଙ୍କୁ ସ୍ୱାଗତ କରିଥିଲେ ।
ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଶ୍ ଆଚାର୍ଯ୍ୟା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, କୃଷକ ମୋର୍ଚ୍ଚ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍ ସ୍ୱାଇଁ, ହିତେଶ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଚେୟାରମ୍ୟାନ ରାଧେଶ୍ୟାମ ବାରିକ ଓ ସିଦ୍ଧାର୍ଥଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.