ଓଡ଼ିଆ ନ୍ୟୁଜ (ବ୍ୟୁରୋ): “ପ୍ରିୟ ଛାତ୍ରଛାତ୍ରୀ ତୁମେ ଅତ୍ୟନ୍ତ ଭାଗ୍ୟଶାଳୀ କାରଣ ତୁମ ବିଶ୍ବବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ । ପୂଣ୍ୟତୟା ମହାନଦୀ କୂଳରେ ପ୍ରସିଦ୍ଧ ହୀରାକୁଦ ନବୀବନ୍ଧ ନିକଟରେ ଅବସ୍ଥିତ । ଭିସୁଟ ବିଶ୍ବବିଦ୍ୟାଳୟ ଅଗଣାରେ ପ୍ରକୃତି ଓ ପ୍ରଗତିର ସହବାସ୍ଥାନ ମୁଁ ଦେଖିପାରୁଛି । ଆଜି ଦିନଟି ତୁମମାନଙ୍କ ଜୀବନର ପାଇଁ ଗୁରୁତ୍ବପୂର୍ଣ୍ଣ ସୋପାନର ଆରମ୍ଭ । ତୁମ ଶିକ୍ଷା ଆଜିଠୁ ସମାଜ ପାଇଁ ସମର୍ପିତ ।
ଦେଶର ଅଗ୍ରଣୀ ବୈଷୟିକ ପ୍ରତିଷ୍ଠାନ ଭାବେ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ଜାତିର ପ୍ରଗତିରେ ବିଡ ଭାଗିଦାରୀ ନିର୍ବାହ କରିଛି । ଉଦ୍ଭାବକ ଭାବେ କଳ୍ପନା ଓ ବାସ୍ତବତାର ସେତୁ ସାଜନ୍ତୁ । ଶିକ୍ଷା ତୁମକୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି । ଭଲ କାମ କରିବାକୁ ଅମାନିଆ ହୁଅ ଜୀବନର କୌଣସି ବାଧାବିଘ୍ନକୁ ଭୟ କରନାହିଁ,” ଭିସୁଟର 15ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ । ମୟୂରଭଞ୍ଜରେ ୨୩ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହେଉଛି। ରାଷ୍ଟ୍ରପତିଙ୍କ ଜନ୍ମଭୂମି ପାହାଡପୁରଠାରେ ଏଲଆଣ୍ଡ୍ଟି ଦ୍ୱାରା ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ରେଳମନ୍ତ୍ରୀ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବକ୍ତବ୍ୟରେ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀରୁ ବାଙ୍ଗିରିପୋଷି, ବାହାମପାହାଡରୁ କେନ୍ଦୁଝର ଓ ବୁଡାମରାରୁ ଝାଡ଼ଖଣ୍ଡ ଚାକୁଳିଆକୁ ଟ୍ରେନ୍ ଚଳାଚଳ ପାଇଁ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରେ ରାଷ୍ଟ୍ରପତି ବାଦାମପାହାଡ଼ରୁ ଟ୍ରେନ୍ରେ ଛାତ୍ରଛାତ୍ରୀଙ୍କ ଗହଣରେ ଆସି ରାଇରଙ୍ଗପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତି କୁସୁମୀ ବ୍ଲକ୍ ପାହାଡ଼ପୁର ଗାଁରେ ପହଞ୍ଚି ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ କରିବା ପରେ ନିଜ ସ୍ବାମୀ ଶ୍ୟାମଚରଣ ମୁର୍ମୁ ଓ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନ୍ଙ୍କ ସ୍ମୃତିରେ ତିଆରି କରିଥିବା ଏସ୍ଏଲ୍ଏସ୍ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ମୟୂରଭଞ୍ଜ ଗସ୍ତ ସାରି ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ।