ଭୋଜି ଖାଇ ଘରକୁ ଫେରୁଥିଲେ; ରାସ୍ତାକଡ଼କୁ ଖସିଲା ବାଇକ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ ଦୁଇ ସାଙ୍ଗ। ଅଧାବାଟରେ ଭାରସାମ୍ୟ ରାସ୍ତାକଡ଼କୁ ଖସିଲା ବାଇକ୍। ଏଥିରେ ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୁଢ଼ୀଗାଁ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ରୂପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଅଞ୍ଚଳର ଦୁଇ ଜଣ ଯୁବକ ପଞ୍ଚୁପାଲି ଗ୍ରାମରୁ ଭୋଜି ଖାଇ ବିଳମ୍ବିତ ରାତିରେ ବାଇକରେ ଘରକୁ ଫେରୁଥିବା ବେଳେ ବୁଢ଼ୀଗାଁ ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା।

ବାଇକର ପଛରେ ବସିଥିବା ଯୁବକଜଣଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସିଂଲା ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲ ପଠାଇବା ସହ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.