ତେଲଙ୍ଗାନାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ରେଭନ୍ତ ରେଡ୍ଡୀ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବ ନିର୍ବାଚିତ ଅନୁମୁଲା ରେବନ୍ତ ରେଡ୍ଡୀ। ଆଜି ମଧ୍ୟାହ୍ନ ଗୋଟାଏରେ ଲାଲ ବାହାଦୁର ଷ୍ଟାଡିୟମରେ ଶପଥ ସମାରୋହର ଆୟୋଜନ କରାଯାଇଛି। ରେବନ୍ତଙ୍କ ସହ ଭଟ୍ଟୀ ବିକ୍ରମାରକା ମଲ୍ଲୁ ଏବଂ ଅନ୍ୟ 11 ନେତା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ |

ଆଉ କିଛି ସମୟ ପରେ ତେଲଙ୍ଗାନାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ୫୬ ବର୍ଷୀୟ ରେଭନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବ ୧.୦୪ ମିନିଟରେ ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ହେବ । ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏହାଛଡା କାର୍ଯ୍ୟକ୍ରମରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ ।

ଭିଡିକୁ ନଜରରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ରାଜ୍ୟର ମୁଖ୍ୟ ସଚିବ ଏ ଶାନ୍ତି କୁମାରୀ, ଡିଜିପି ରବି ଗୁପ୍ତା ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ୮ରୁ ୯ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ମଲ୍ଲ ଭଟ୍ଟୀ ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇତ୍ୟାଦି ସାମିଲ ରହିବେ ।

ରେଭାନ୍ତ ରେଡ୍ଡୀ ଦିଲ୍ଲୀ ଯାଇ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ । ପରେ ସେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ସେ ସୋନିଆ ଗାନ୍ଧିଙ୍କ ବାସଭବନରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ଭେଟିଥିଲେ । ୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନ ଜିତିଛି ।

Leave A Reply

Your email address will not be published.