ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡି। ସରକାର ଗଠନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ଖଡ଼ଗେ, ସୋନିଆ ଏବଂ ରାହୁଲଙ୍କୁ ଭେଟିଛନ୍ତି ରେବନ୍ତ। ନୂଆ ସରକାରର ରୂପରେଖ ନେଇ ଆଲୋଚନା କରିଛନ୍ତି। ଆଜି ସକାଳେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ ରେବନ୍ତ ରେଡ୍ଡି।

ସେ ଖଡ଼ଗେଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଥିବାରୁ ସେ, କଂଗ୍ରେସ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଥିଲେ। ତେଲେଙ୍ଗାନାରେ କଂଗ୍ରେସର ବୃହତ ବିଜୟକୁ ନେଇ ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖଡ଼ଗେ। ପରେ ରେବନ୍ତ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିଛନ୍ତି।ଡିସେମ୍ବର 7ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡି। ସୂଚନା ଅନୁସାରେ ରେବନ୍ତ, ମଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି।

ଏହାସହ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ତେଲେଙ୍ଗାନାରେ ସରକାର ଗଠନ ଏବଂ ମନ୍ତ୍ରୀମଣ୍ଡଳ ସଂପର୍କରେ ଆଲୋଚନା କରିଥିବା କୁହାଯାଉଛି। ରେବନ୍ତ ରେଡ୍ଡି ଚଳିତ ବିଧାନସଭା ନିର୍ବାଚରେ କୋଡଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ରେବନ୍ତ ବର୍ତ୍ତମାନ ଲୋକସଭା ସାଂସଦ ମଧ୍ୟ ଅଛନ୍ତି। 2019 ଲୋକସଭା ନିର୍ବାଚନରେ ମାଲକାଜଗିରି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ରେବନ୍ତ। ରେବନ୍ତ ମୁଖ୍ଯମନ୍ତ୍ରୀ ହେବାକୁ ଯାଉଥିବା ବେଳେ, ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ।

Leave A Reply

Your email address will not be published.