ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଳଦେଇ ବାଲିଘାଟ କୁ ବିରୋଧ କରୁଥିବା ବେକ୍ତି ବେଆଇନ ବାଲି ଚାଲାଣ କରୁଥିବା ବେଳେ ଖଣି ଅଧିକାରୀ ଓ ତହସିଲଦାର ଙ୍କ ଚଢ଼ାଉ |ଘଷିପୁରା ତହସିଲ ଅଧିନ ସାଳଦେଇ ବାଲିଘାଟ କୁ ବିରୋଧ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ହରି ବୋଇତେଇ ଙ୍କ ଭାଇ କଳାକାର ବୋଇତେଇ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିଲେ | ତେବେ
ଖବର ପାଇ ଘଷିପୁରା ତହସିଲଦାର ନୀଳକଣ୍ଠ ବେହେରା ଓ ଖଣି ଅଧିକାରୀ ତରଣୀ ସେନ ସିଂ ଅଚାନକ ଆଜି ସକାଳୁ ଚଢ଼ାଉ କରିଥିଲେ ଚଢ଼ାଉ ସମୟରେ ଦୁଇଟି ଟ୍ରାକ୍ଟର ବାଲି ଉତ୍ତୋଳନ କରୁଥିବା ବେଳେ ଗୋଟିଏ ଗାଡି ଚମ୍ପଟ ମାରି ପଳାଇ ଯାଇଥିଲା | ଗୋଟିଏ ଗାଡି ଓ ଦୁଇ ଜଣ ବେକ୍ତି ଙ୍କୁ ତହସିଲଦାର ଜବତ କରି ରାମଚନ୍ଦ୍ରପୁର ଥାନା ରେ ଅଟକ ରଖିଛନ୍ତି ପୋଲିସ ତଦନ୍ତ ଜାରି ରଖିଛି |
ଏହି ବାଲିଘାଟ କୁ ବିରୋଧ କରୁଥିବା କିଛି ବେକ୍ତି ନିଜ ଗାଡି ରେ ବେଇଆଇନ ଭାବେ ବାଲି ଚାଲାଣ ଘଟଣା କୁ ନେଇ ସ୍ଥାନୀୟ ବୁଦ୍ଧିଯିବି ମହଲ ରୁ ଘୋର ବିରୋଧ କରାଯାଇଛି ।