ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ଉନ୍ନତ ଅଭିଳାଷ, ଓଡ଼ିଶା ଅନ୍ତର୍ଗତ ଡାହାଣୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ | ମହିଳା ମହାବିଦ୍ୟାଳୟରେ ନୁତନ ଉନ୍ନତ ଅଭିଳାଷ, ଓଡ଼ିଶା ଅନ୍ତର୍ଗତ ଡାହାଣୀ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛ। ଆଇ ୱାଇ ଡି ପୀ ଅନ୍ତର୍ଗତ ଏକ ବିଶେଷ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ଯ ରେ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
ସର୍ବ ପ୍ରଥମେ କଲେଜ ଅଧ୍ୟକ୍ଷ ରବିଶଙ୍କର ସତପଥି ଛାତ୍ରୀମାନଙ୍କୁ ଡାହାଣୀ ବିରୁଦ୍ଧରେ ସଚେତନତା ର ଆବଶ୍ୟକତା ଚବିଷୟରେ ବିଶେଷ ବାର୍ତା ଦେଇ ଶୁଭାରମ୍ଭ କରିଥିଲେ । ରଂଜନ କୁମାର ନନ୍ଦ, କାର୍ତ୍ତିକ କାରୂଆ, ଗୋରଖନାଥ ଗିରି ବିଶିଷ୍ଟ ଅତିଥି ରୁପେ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସୋସିଆଲ ନୋଡାଲ ଅଫିସର ବିଜୟ କୁମାର ରାମ, ସେବତି ବେହେରା,ପ୍ରିୟତମା ହେମ୍ଭ୍ରମ,ରାଜଶ୍ରୀ ଦାସ, ଯଶୋଧରା ମହାନ୍ତଙ୍କ ମିଳିତ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରୀମାନେ ଅଭିନୟ କରି ବାର୍ତ୍ତା ପ୍ରେରଣ କରିଥିଲେ।
ତୃପ୍ତିମାନି ଲାମାୟ, ଜ୍ୟୋତ୍ସ୍ନାରାଣି ପାତ୍ର, ମିନା ନାଏକ, ଗୁରୁବାରୀ ହେମ୍ଭ୍ରମ,ମେଘା ହେମ୍ଭ୍ରମ,ଅନୁପମା ବେହେରା, ବିଜୟ ରାମ ,ଶ୍ୟାମ ମଣ୍ଡଳ ଓ ଅନ୍ୟମାନେ ଆକର୍ଷଣୀୟ ଅଭିନୟ କରିଥିଲେ।ସ୍ବେଛାସେବୀ ବର୍ଷାରାଣୀ ବାରିକ, ଦେବୋସିନି ମାଦଳା, ବିଜୟଲକ୍ଷ୍ମୀ ମହାନ୍ତ,କାର୍ମି ହାଁସଦା,କୁନ୍ତି ମୁଣ୍ଡା, ସୁଭଦ୍ରା ମହାନ୍ତ, ସୁଜାତା ପରିଡା, ମମତା ମହାନ୍ତ, ଲତିକା ପାତ୍ର,ଗୁରୁବାରୀ ହେମ୍ଭ୍ରମ,ଗୌରୀ ଶର୍ମା,ଜୟଶ୍ରୀ ମହାନ୍ତ, ଓ ଅନ୍ଯାନ୍ଯ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।