ଭୁବନେଶ୍ବର ବାଇପାସ୍‌ ପାଇଁ କ୍ୟାବିନେଟ୍‌ ମୋହର

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର।୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ପାଇଁ ମିଳିଲା ମଞ୍ଜୁରୀ। କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ହେବ ରିଙ୍ଗ୍‌ ରୋଡ୍‌।କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି। ତେଣୁ ଏକ ବାଇପାସ୍‌ ରିଙ୍ଗ ରୋଡ୍‌ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି।୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍‌ ପାଇଁ କ୍ୟାବିନେଟ୍‌ ମୋହର।୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ ରୋଡ୍‌।ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦ୍ବୟ ଯୋଜନାର ଅଂଶ କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଏହି ପ୍ରକଳ୍ପଟି ୩ଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ ୫୫,୫୭ ଓ ୬୫୫) ଓ ଗୋଟିଏ ରାଜ୍ୟ ରାଜପଥ ୬୫କୁ ସଂଯୋଗ କରିବ । ଏହା ମଧ୍ୟ ତିନିଟି ଜିଲ୍ଲା କଟକ, ଭୁବନେଶ୍ବର ଓ ଢେଙ୍କାନାଳକୁ ସଂଯୋଗ କରିବ । ଏହି ପ୍ରକଳ୍ପଟି ରାଜ୍ୟର ୪ଟି ପ୍ରମୁଖ ସହର ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସଂଯୋଗ କରିବ । ଏହା ଦ୍ବାରା ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଆର୍ଥିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ ।

Leave A Reply

Your email address will not be published.