ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବ୍ୟାଙ୍କରୁ ଟଙ୍କା ନେଇ ଯିବା ବେଳେ ଲୁଟ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ତେବେ ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ଜଳେଶ୍ବର ପୁରୁଣା କୋର୍ଟ ବଜାର ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ ରୁ ୧୨.୫୦ ମିନିଟ ସମୟରେ ପାଇକସିଦା ଗ୍ରାମ ର ସ୍ବର୍ଗତ ଗୋପାଳ ପାଳ ଙ୍କ ସ୍ତ୍ରୀ ରୀତା ପାଳ ଷାଠିଏ ହଜାର ଟଙ୍କା ଉଠାଇ ଥିଲା । ପରେ ସେ ଚାଲି ଚାଲି ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।
ଏବଂ ସେଠାରେ ମହିଳା ଜଣକ ନିଜର ଝିଅ କୁ ଅପେକ୍ଷା କରିଥିଲେ । ଝିଅ କଲେଜ ରୁ ବାହାରିଲେ ସାଥିରେ ଘରକୁ ଯିବାକୁ ଅପେକ୍ଷା କରିଥିବା ବେଳେ,ଦୁଇଜଣ ଯୁବକ କଳା ବାଇକରେ ହେଲମେଟ ଲଗାଇ ମହିଳା ଙ୍କ ଠାରୁ ଯୋରଜବରଦସ୍ତ ଟଙ୍କା ବ୍ୟାଗ କୁ ଛଡ଼ାଇ ନେଇଥିଲେ । ଦୁଇ ବାଇକ୍ ଆରୋହୀ ଆମ୍ବଳିଅଠା ବାୟପାଶ ଦେଇ ରାଜପଥ ଉପରେ ଚାଲିଯାଇଥିଲେ। ବ୍ୟାଗ ରେ ଷାଠିଏ ହଜାର ଟଙ୍କା ସହିତ,୫ ଟି ପାଶବହି,୨ ଟି ଏଟିଏମ୍, ପରିବାର ର ସମସ୍ତଙ୍କ ର ଆଧାର ଏବଂ ଭୋଟର କାର୍ଡ ରହିଥିବା ସୂଚନା ।
ଲୁଟେରା ମାନେ ସମସ୍ତ ଜିନିଷ ନେଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳା । ତେବେ ବିଧବା ମହିଳା ଜଣକ ନିଜର ପାଶବହି ରେ କୋଡ଼ିଏ ହଜାର ଟଙ୍କା ଥିବା ବେଳେ, ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଳିଶ ହଜାର ଟଙ୍କା ମିଳିବା ପରେ ମୋଟ ଷାଠିଏ ହଜାର ଟଙ୍କା ବ୍ୟାଙ୍କ ରୁ ଉଠାଇ ଥିଲେ। ଏସମ୍ପର୍କରେ ମହିଳା ଜଣକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ ଜାରି ରଖିଛି ।