ନିଜକୁ ଗୁଳି କଲେ CRPF ଯବାନ

0

ଓଡ଼ିଆ ନ୍ୟୁଜ୍: ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ।ଲାଠିକଟା ଥାନା ମାଟକଝରଣ ଗାଁରେ ଅଭାବନୀୟ ଘଟଣା।କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍‌ପିଏଫ୍ ଯବାନ। ମୃତକ ସୁବାସ ପ୍ରସାଦ, ହାବିଲଦାର ରାଙ୍କ୍‌ର; ଗୁଳିମାଡ଼ର କାରଣ ଅସ୍ପଷ୍ଟ। ଖବର ଅନୁଯାୟୀ, ମାଓବାଦୀ ଦମନ ଲାଗି ମାତକମଝରଣରେ ସିଆରପିଏଫ୍ କ୍ୟାମ୍ପ ରହିଛି।

ଆଜି ସକାଳେ ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। କ୍ୟାମ୍ପରେ ଗୁଳି ଫୁଟିବା ଶବ୍ଦ ଶୁଣି ସାଥୀ ଯବାନମାନେ ଘଟଣା ସ୍ଥଳକୁ ଧାଇଁ ଆସିଥିଲେ। ହାବିଲଦାର ସୁବାସ ପ୍ରସାଦ ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆରଜିଏଚକୁ ଆଣିଛି। ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶରେ। ସେ କ’ଣ ପାଇଁ ଆ

Leave A Reply

Your email address will not be published.