ଆଇପିଏଲ ମହାସମର, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନ୍‌ରେ କଲା ବାଜିମାତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର। ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନ୍‌ରେ ବାଜିମାତ କରିଛି । ଏହି ବିଜୟ ସହ ବାଙ୍ଗାଲୋର ୬ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଛି। ଫଳରେ ବାଙ୍ଗାଲୋର ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଛି।

ସୂଚନା ଅନୁସାରେ, ଗତକାଲିର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୪ ରନ୍‌ କରିଥିଲା। ହେଲେ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୦ ରନ୍‌ କରିବାରେ ସକ୍ଷମ ହୋଇଥିଲା ପଞ୍ଜାବ ।ବାଙ୍ଗାଲୋର ଦୁଇ ଓପନର ବିରାଟ, ଡୁପ୍ଲେସିସ୍‌ଙ୍କ ବ୍ୟାଟିଂ କରିବାକୁ ଆସି ଦମ୍‌ଦାର ଷ୍ଟାଟ୍‌ ଦେଇଥିଲେ। ଅଧିନାୟକ ବିରାଟ ୪୭ ବଲ୍‌ରେ (୫ ଚୌକ୍କା ଏବଂ ୧ ଛକ୍କ) ୫୯ ରନ୍‌ କରିଥିଲେ।

ସେହିପରି ଫାଫ ଡୁପ୍ଲେସିସ୍‌ ମଧ୍ୟ ୫୬ ବଲ୍‌ରେ(୪ ଚୌକ୍କା ଏବଂ ୫ ଛକ୍କା) ୮୪ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଫଳରେ ଦଳ ୧୭୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜବାବରେ ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୩ ରନ୍‌ରେ ୪ ଉଇକେଟ ହରାଇ ସଂକଟରେ ପଡିଥିଲା।

Leave A Reply

Your email address will not be published.