ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ଗୁଣ୍ଡାମାନଙ୍କ ସଂଘବଦ୍ଧ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଭୋର ୬ ଟା ସମୟରେ ଫତେ ପୁର ପଂଚାୟତର ସାମାଜିକ କର୍ମୀ ସୀମାନ୍ତ ପାତ୍ରଙ୍କୁ ନିକଟସ୍ଥ ନାଉପାଳ ଗ୍ରାମର ପ୍ରାୟ ପଚାଶରୁ ଉର୍ଦ୍ଧ ଅସାମାଜିକ ଲୋକ ସଂଘବଧ ହୋଇ ତାଙ୍କ ଘରୁ ଘୋଷାରି ଘୋଷାରି ନେଇ ତାଙ୍କୁ ଅର୍ଦ୍ଧ ଲଗ୍ନ ଅବସ୍ଥାରେ ଦୁଇ କି ମି ରାସ୍ତାରେ ଚଲାଇ ଚଲାଇ ନେଇ ବିଧା,ଚାପୁଡ଼ା ଚାପୁଡ଼ା ମାରି ତାଙ୍କୁ ନାଉପାଳ ଗ୍ରାମରେ ଦୀର୍ଘ ତିନି ଘଣ୍ଟା ଅଟକ ରଖିବା ସହିତ ତାଙ୍କୁ ଝୁଡ଼ିରେ ମାଟି ବୁହାଇ ଓ ତାଙ୍କଠୁଁ ଓ ତାଙ୍କର ପିତାଙ୍କ ଠାରୁ ବଣ୍ଡ ପେପରରେଦସ୍ତଖସ୍ତ କରାଇ ରଖିବା ସମଗ୍ର ବିଂଝାରପୁର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବିଂଝାରପୁର ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅଦୃଶ୍ୟ ଶକ୍ତିଙ୍କ ଚାପରେ ଆସାମୀ ମାନଙ୍କୁ ଗିରଫ କରିନାହାନ୍ତି।ଶ୍ରୀ ପାତ୍ର ଆଜି ପ୍ରାୟ ମଧ୍ୟାହ୍ନ ବାର ଘଟିକା ସମୟରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ବିଂଝାରପୁର ଆଇ ଆଇ ସି ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରିଛି ଓ ସାକ୍ଷୀ ମାନଙ୍କ ବୟାନ ଲିପିବଦ୍ଧ କରିଛି।

ଏଠାରେ ସୂଚନା ଯୋଗ୍ୟ ଯେ ମନରେଗା ଯୋଜନାରେ ଫତେପୁର ପଂଚାୟତର ନାଉପାଳ ଠାରେ ଏକ ଅମୃତ ସରୋବରର ଖନନ ଶ୍ରମିକଙ୍କ ଦ୍ୱାରା ନକରାଯାଇ ମେସିନ ଦ୍ୱାରା ହେଉଥିବାରୁ ଗତକାଲି ସୀମାନ୍ତ ପାତ୍ର ଫୋନ ଯୋଗେ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଅମୂଲ୍ୟ ତ୍ରିପାଠୀ ଓ ଜି ଆର ଏସ ପ୍ରଣତି ବେହେରାଙ୍କୁ ଅଭିଯୋଗ କରିଥିଲେ।କିନ୍ତୁ ଅଧିକାରୀ ଦ୍ୱୟ ସେହି ପୋଖରୀ ଖୋଳା କାମର ଦାୟିତ୍ୱରେ ଥିବା କିଛି ପ୍ରଭାବଶାଳୀ ଲୋକଙ୍କୁ ଜଣାଇଦେବା ଦ୍ୱାରା ଆଜି ଭୋର ସମୟରୁ ତାଙ୍କୁ କିଡନାପ କରି ନେଉ ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ।ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦେଇଥିବାରୁ ପ୍ରଶାସନିକ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି, ଯଦି ସ୍ୱଚ୍ଛ ଶାସନ ଆଳରେ ଦୁର୍ନିତି ବିରୁଦ୍ଧରେ ଲଢ଼ୁଥିବା ସାମାଜିକ କର୍ମୀ ଓ ସୂଚନା କର୍ମୀଙ୍କୁ ଏଭଳି ଦିନ ଦ୍ଵି ପ୍ରହରରେ ସର୍ବସାଧାରଣ ସମ୍ମୁଖରେ ମାଡ଼ ଦେଇ ମୋବାଇଲ ଛଡାଇ ନେଇ ମାଡ଼ ଗାଳି ଦିଆଯାଏ, ତେବେ ଏଠାରେ ତାଲିବାନ ଶାସନ ଚାଲିଛି ବୋଲି ଭାବିବାକୁ ପଡିବ।

Leave A Reply

Your email address will not be published.