ରୁଚି ମସଲା ବାଜାର କୁ ଆଣିଛି ଉତ୍କଳ ଓ ଉତ୍କର୍ଷ ଚା ପତି: ଉନ୍ମଚନ କଲେ ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଅଧିକାଂଶ ଲୋକ ଚା’କୁ ବେଶ ପସନ୍ଦ କରନ୍ତି, ଗରିବ ହେଉ ଅବା ଧନୀ , ସମସ୍ତେ ଚା ’ପିଅନ୍ତି.। ସକାଳର ଆରମ୍ଭ ପ୍ରଥମେ ଚା କପରୁ ହିଁ ଆରମ୍ଭ ହୋଇଥାଏ। ତେଣୁ ରୁଚି ମସଲା ବାଜାର କୁ ଆଣିଛି ଉତ୍କଳ ଓ ଉତ୍କର୍ଷ ଚା ପତି। ଯାହାକୁ ଆଜି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଉନ୍ମଚନ କରିଥିଲେ ।

ଓଡ଼ିଶା ବଜାରରେ ପ୍ରବେଶ କଲା ରୁଚିର ଚା ।ବଲିଉଡ୍ ଅଭିନେତ୍ରୀ ସୋନାଲି ଵେନ୍ଦ୍ରେ ଆଜି ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରୁଚିର ନୂତନ ଚା’ ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଏହି ପ୍ରଡକ୍ଟର ଟେଷ୍ଟ ଓ ଲୋକ ପ୍ରିୟତାକୁ ନେଇ ଚର୍ଚ୍ଚା କରିଥିଲେ ।୧କିଲୋ ଉତ୍କଳ ଚା ର ଦାମ ୩୧୫ ଟଙ୍କା ଥିବା ବେଳେ ଉତ୍କର୍ଷ ଚା ୨୫୦ ଗ୍ରମ୍ ର ଦାମ୍ ୯୦ଟଙ୍କା ରହିଛି।ଅନ୍ୟପଟେ ଆୟୋଜିତ କାର୍ଯ୍ୟକ୍ରମରେ ରୁଚିର ପରିଚାଳନା ନିର୍ଦେଶକ ଡ. ଶରତ କୁମାର ସାହୁ , ରୁଚିର ମାର୍କେଟ ହେଡ୍ ଦେଵବ୍ରତ ପଟ୍ଟନାୟକ, ସେଲସ ହେଡ୍ ଦିଲୀପ କୁମାର ସାହୁ ଯୋଗ ଦେଇଥିବା ବେଳେ କମ୍ପାନୀର ପ୍ରମୁଖ ବ୍ୟକ୍ତିତ୍ୱ ସାମିଲ୍ ହୋଇଥିଲେ।

୪୭ବର୍ଷ ରେ ପାଦ ଥାପିଥିବା ରୁଚି ମସଲା କମ୍ପାନୀ ଆଗରୁ ଯେମିତି ଉତ୍କୃଷ୍ଟ ମାନ ର ମସଲା,ସିମାଇ, ପାସ୍ତା, ପ୍ରୋଜନ୍ଫୁଡ୍ ବିକ୍ରି କରି ଯେମିତି ଓଡ଼ିଶାବାସୀ ଙ୍କ ମନ କୁ ଜିତିଛି ସେମିତି ଏବେ ଏହି ଚା ବଜାରରେ ଗ୍ରାହକ ମାନଙ୍କ ପ୍ରଥମ ପସନ୍ଦ ପାଲଟିବ ବୋଲି ଆଶା ରଖିଛନ୍ତି ରୁଚି କମ୍ପାନୀ ର ନିର୍ଦ୍ଦେଶକ ଡ ଶରତ କୁମାର ସାହୁ।ଏଥିସହ ରୁଚି ଚା ପକ୍ଷ ରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ମୁଝ୍ ମେ ହୈ ଦମ୍ ‘ ରାଜ୍ୟର ଯୁବ ଉଦ୍ୟୋଗୀ ମାନଙ୍କ ପାଇଁ ଶୁଭାରମ୍ଭ କରାଯାଇଥିଲା। ଯେଉଁଥିରେ ଯୁବ ଉଦ୍ୟୋଗି ମାନେ ନିଜର ଦକ୍ଷତା କିମ୍ବା ଅଭିନବ ଯୋଜନା ସଂପର୍କ ରେ ଅନଲାଇନ୍ ରେ ପ୍ରସ୍ତାବ ଦେଇପାରିବେ ଏବଂ ସେଥି ମଧ୍ୟରୁ ଶ୍ରେଷ୍ଟ ୫ଜଣଙ୍କୁ ବାଛି ପ୍ରତେକ ଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।  ରୁଚିର ସବୁ ପ୍ରଡକ୍ଟ ଭଳି ଓଡ଼ିଶା ବଜାରରେ ନୂଆ କରି ପାଦ ଥାପି ଥିବା ଚା ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ପାଲଟୁ ବୋଲି ସମସ୍ତଙ୍କର ଆଶା।

Leave A Reply

Your email address will not be published.