ଓଡ଼ିଆ ନ୍ୟୁଜ୍: ୟୁକ୍ରେନ ଉପରେ ରୁଷିଆର ମିସାଇଲ ମାଡ଼।କିଭ୍ରେ ସରକାରୀ କୋଠା ଉପରେ ମିସାଇଲ ଆକ୍ରମଣ।୧୩ଟି ମିସାଇଲ ଓ ୮୦୫ଟି ଡ୍ରୋନ ମାଡ଼ କରିଛି ରୁଷିଆ।ମିସାଇଲ ଆଟାକରେ ୨ ଜଣଙ୍କ ମୃତ୍ୟୁ, ୧୧ ଆହତ।ଯୁଦ୍ଧ ସମାପ୍ତି ପାଇଁ ସମଗ୍ର ବିଶ୍ବରୁ ନିବେଦନ କରାଯାଉଥିଲେ ବି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାହାକୁ କର୍ଣ୍ଣପାତ କରୁନାହାନ୍ତି । ଗତକାଲି ରାତିରେ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ ।
ରାତିସାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବର୍ଷା ଅନେକ ଅଞ୍ଚଳକୁ ଧ୍ୱଂସ କରିଦେଇଛି। ଏକ ରିପୋର୍ଟ ଅନୁସାରେ ଗୋଟିଏ ରାତିରେ ରୁଷ ପକ୍ଷରୁ ପ୍ରାୟ ୮୦୫ଟି କ୍ଷେପଣାସ୍ତ୍ର ଓ ୧୩ଟି ଡ୍ରୋନ ନିକ୍ଷେପ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିବା ଜଣାଯାଇଛି।