ଓଡ଼ିଆ ନ୍ୟୁଜ୍: ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍। ସୂଚନା ଦେଲେ NSA ଅଜିତ୍ ଡୋଭାଲ୍। ଚଳିତ ବର୍ଷ ଶେଷ ସୁଦ୍ଧା ଆସିବା ନେଇ ସୂଚନା। ପୁଟିନଙ୍କ ଆଗାମୀ ଗସ୍ତକୁ ନେଇ ଖୁସି ପ୍ରକଟ କଲେ ଡୋଭାଲ୍।ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି କୁହାଯାଉଛି।
ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଭାରତ ଚିନ୍ତାରେ ପଢ଼ିଥିବା ବେଳେ ଖୁବଶୀଘ୍ର ଭ୍ଲାଦିମିର ପୁଟିନ୍ ଭାରତ ଆସିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍।