ଋଷର ମୁଣ୍ଡ ବିନ୍ଧା : ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରୁଷକୁ ବଡ ଝଟକା। ବିଶ୍ୱର ସର୍ବବୃହତ ସୁରକ୍ଷା ମେଣ୍ଟ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ୩୧ତମ ସଦସ୍ୟ ହୋଇଛି ଫିନଲ୍ୟାଣ୍ଡ । ମଙ୍ଗଳବାର ଫିନଲାଣ୍ଡ ଔପଚାରିକଭାବେ ନାଟୋରେ ଯୋଗ ଦେଇଛି । ପୁଟିନଙ୍କ ଧମକ ସତ୍ତ୍ବେ ଫନଲାଣ୍ଡ ନାଟୋରେ ଯୋଗ ଦେଇଥିବାରୁ ଏହାକୁ ରୁଷ ପାଇଁ ଏକ ଝଟକା ବୋଲି କୁହାଯାଉଛି ।

ୟୁକ୍ରେନ ଆକ୍ରମଣ ପରଠାରୁ ଫିନଲାଣ୍ଡ ନାଟୋରେ ଯୋଗ ଦେବା ପାଇଁ ନିରନ୍ତର ଉଦ୍ୟମ କରିଆସୁଥିଲା ଏବଂ ଗତ ବର୍ଷ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ହିଁ ନାଟୋର ସଦସ୍ୟ ହେବା ପାଇଁ ଆବେଦନ କରିଥିଲା । ଏବେ ପ୍ରାୟ ବର୍ଷକ ପରେ ଫିନଲାଣ୍ଡର ସ୍ବପ୍ନ ସାକାର ହୋଇଛି । ଅନ୍ୟପକ୍ଷରେ ଫିନଲ୍ୟାଣ୍ଡକୁ ପୁଣି ଚେତାବନୀ ଦେଇଛୁ ପଡ଼ୋଶୀ ଦେଶ ରୁଷ । ରୁଷ କହିଛି ଯେ ଯଦି ନାଟୋ ଏହାର ୩୧ତମ ସଦସ୍ୟ ରାଷ୍ଟ୍ରର ଅଞ୍ଚଳରେ ଅତିରିକ୍ତ ସୈନ୍ୟ କିମ୍ବା ଉପକରଣ ମୁତୟନ କରେ ତେବେ ରୁଷ ସେନା ଫିନଲ୍ୟାଣ୍ଡ ସୀମା ନିକଟରେ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ।

ପୂର୍ବରୁ ମଧ୍ୟ ରୁଷ୍ ଏଭଳି ଚେତାବନୀ ଦେଇସାରିଛି। ମଙ୍ଗଳବାରଦିନ ବ୍ରୁସେଲ୍ସସ୍ଥିତ ନାଟୋ ମୁଖ୍ୟାଳୟ ବାହାରେ ଫିନଲ୍ୟାଣ୍ଡର ନୀଳ ଓ ଧଳା ପତାକା ସହ ଅନ୍ୟ ସଦସ୍ୟ ରାଷ୍ଟ୍ରର ପତାକା ଉତ୍ତୋଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଫିନଲାଣ୍ଡର ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେବେ । ନାଟୋର ୭୪ତମ ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Leave A Reply

Your email address will not be published.