ଓଡ଼ିଆ ନ୍ୟୁଜ୍: ମସ୍କୋରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର। ବାଣିଜ୍ୟିକ ସମ୍ପର୍କ ବଢାଇବା ଉପରେ ବୈଠକରେ ଆଲୋଚନା।ତିନିଦିନିଆ ରୁଷିଆ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର।ଚଳିତବର୍ଷ ଶେଷ ଭାଗରେ ପୁଟିନ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।ପୁଟିନଙ୍କୁ ଭେଟିବା ପୂର୍ବରୁ ଜୟଶଙ୍କର ତାଙ୍କ ରୁଷିଆ ପ୍ରତିପକ୍ଷ ସେରଗେଇ ଲାଭରୋଭଙ୍କ ସହ ଆଲୋଚନା କରିଥିଲେ। ଦୁଇ ନେତା ଏକ ପ୍ରେସ ବ୍ରିଫିଂ ମଧ୍ୟ କରିଥିଲେ। ଯେତେବେଳେ ଜୟଶଙ୍କରଙ୍କୁ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଟାରିଫ୍ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ଭାରତ ଆମେରିକାର ଯୁକ୍ତି ବୁଝିପାରୁନାହିଁ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଉପରେ ଏପର୍ଯ୍ୟନ୍ତ ୨୫% ଟାରିଫ୍ ଲାଗୁ କରାଯାଇଛି ଏବଂ ଖୁବ ଶୀଘ୍ର ଅତିରିକ୍ତ ୨୫% ଦଣ୍ଡାତ୍ମକ ଶୁଳ୍କ ଲାଗୁ ହେବାକୁ ଯାଉଛି। ଆମେରିକା ଅଭିଯୋଗ କରିଛି ଯେ ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷରୁ ତୈଳ ଆମଦାନୀ ବହୁତ ବୃଦ୍ଧି କରିଛି ଏବଂ ଏହାକୁ “ପୁନଃବିକ୍ରୟ” କରି ଲାଭ ମଧ୍ୟ କରିଛି।