ଅତ୍ୟାଧୁନିକ ଷ୍ଟାଇଲନ୍ ମେକଓଭର ୟୁନିସେକ୍ସ ସେଲୁନର ଶୁଭ ଉଦଘାଟନ କଲେ ସବ୍ୟ ଅର୍ଚ୍ଚିତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସିଟି ଓମେନ୍ସ କଲେଜ/ ସିଟି ମହିଳା ମହାବିଦ୍ୟାଳୟ ପାଖ ସୌଭାଗ୍ୟ ନଗର ଠାରେ ଷ୍ଟାଇଲନ୍ ମେକଓଭର ୟୁନିସେକ୍ସ ସେଲୁନ ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଷ୍ଟାଇଲନ୍ ମେକଓଭର ସେଲୁନ ର ଶୁଭ ଉଦଘାଟନୀ ଉତ୍ସବ ରେ ଓଲିଉଡ଼ ର ଦୁଇ ଷ୍ଟାର ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।  ଷ୍ଟାଇଲନ୍ ରାଜଧାନୀ ର ଏକ ଅଗ୍ରଣୀ ସେଲୁନ ଯୋଉଠି ଆପଣ ପାଇପାରିବେ ଉଚ୍ଚ ମାନର ସର୍ଭିସ ତାହା ପୁଣି ସୁଲଭ ମୂଲ୍ୟରେ।

ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମସ୍ତ ସର୍ଭିସ ଉପରେ ରହିଛି ପଚାଶ ପ୍ରତିଶତ ରିହାତି। ଷ୍ଟାଇଲନ୍ ର ମାଲିକ ଶ୍ରୀମତୀ ପ୍ରିୟଙ୍କା ପଣ୍ଡା ଏବଂ ପ୍ରବୀନ ଆଚାର୍ଯ୍ୟ ଙ୍କ କହିବା କଥା ରାଜଧାନୀ ଅନେକ ୟୁନିସେକ୍ସ ସେଲୁନ ରହିଛି ଯଦିଓ ଷ୍ଟାଇଲନ୍ ଭିନ୍ନ।  ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ କର୍ମଚାରୀ ଙ୍କୁ ନେଇ ଗଢି ଉଠିଛି ଷ୍ଟାଇଲନ୍ ମେକଓଭର। ସେଲିବ୍ରିଟି ଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସବୁ ପ୍ରକାରର ସୁବିଧା ରହିଛି। ଯିଏ ଥରେ ଆସିବେ ସେ ନିଶ୍ଚିତ ଭାବେ ଉପକୃତ ହେବେ ଏବଂ ପ୍ରଶଂସା ମଧ୍ୟ କରିବେ। ସବ୍ୟ ଅର୍ଚ୍ଚିତା ଷ୍ଟାଇଲନ୍ ର ଶୁଭ ଉଦଘାଟନୀ ଉତ୍ସବ ରେ ଯୋଗଦେଇ ଷ୍ଟାଇଲନ୍ ସେଲୁନ ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଆଗକୁ ରଜ ଅଛି ତେଣୁ ଏହି ପାର୍ଲର କୁ ଆସି ସୁଯୋଗ ନେବାକୁ କହିଥିଲେ ।

Leave A Reply

Your email address will not be published.