ଶକ୍ତିଶ୍ରୀ’କୁ କାଉଣ୍ଟର କରିବ ନାରୀ ନ୍ୟାୟ ପୋର୍ଟାଲ

0

ଓଡ଼ିଆ ନ୍ୟୁଜ୍: ସରକାରଙ୍କ ‘ଶକ୍ତିଶ୍ରୀ’କୁ କାଉଣ୍ଟର ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ।ଶକ୍ତିଶ୍ରୀ’କୁ କାଉଣ୍ଟର କରିବ ନାରୀ ନ୍ୟାୟ ପୋର୍ଟାଲ କହିଲେ ପିସିସି ସଭାପତି।ଆଜିଠାରୁ କଂଗ୍ରେସ ଭବନରେ ଖୋଲିଲା ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ। ଯେକୌଣସି ମହିଳା ଅଭିଯୋଗ ପ୍ରକୋଷ୍ଠକୁ ଆସି ‘ନାରୀ ନ୍ୟାୟ’ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏପରିକି ମେଲ୍‌ କରି କିମ୍ବା କ୍ୟୁଆର୍‌ କୋଡ୍‌ ସ୍କାନ କରି ଅଭିଯୋଗ କରିପାରିବେ।

ଶୁକ୍ରବାରଠାରୁ ଏହି ଆପ୍‌ କାର୍ଯ୍ୟ କରିବ, ଏପରିକି ଖୁବ ଶୀଘ୍ର ଟୋଲ ଏକ ଫ୍ରି ନଂ ଜାରି କରାଯିବ ବୋଲି ପିସିସି ସଭାପତି କହିଛନ୍ତି। ଅଭିଯୋଗ ଆସିଲେ କଂଗ୍ରେସ ଟିମ୍‌ ଯାଇ ପୀଡ଼ିତାଙ୍କୁ ଭେଟିବ। ଏପରିକି ନ୍ୟାୟ ଦେବା ପାଇଁ ସରକାର ପୋଲିସ ଉପରେ ଚାପ ପକାଇବା ସହ ଶକ୍ତିଶ୍ରୀ’କୁ ନାରୀ ନ୍ୟାୟ ପୋର୍ଟାଲ କାଉଣ୍ଟର କରିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.