ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଦୁର୍ଘଟଣା ହେଲା ଟ୍ରେନ୍ । ଶନିବାର ସକାଳୁ ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ୍ର ତିନୋଟି ବଗି ଟ୍ରାକ୍ରୁ ଖସି ଯାଇଛି।
ଫଳରେ ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ଭୋରୁ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍ର ଦୁଇଟି ଯାତ୍ରୀବାହୀ କୋଚ୍ ଓ ଏକ ପାର୍ସଲ ଭ୍ୟାନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ କରୁଛି ରେଳ ବିଭାଗ। ଏହି ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଏକ ଟ୍ରେନ୍ ଓ ଡାକ୍ତରୀ ସୁବିଧା ପହଞ୍ଚା ଯାଇଛି। ତେବେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ଛାଡ଼ିବା ପାଇଁ ବସ୍ ବି ଯୋଗାଡ଼ କରାଯାଇଛି।