ସଲମାନ ଖାନଙ୍କ ବାପାଙ୍କୁ ପୁଣି ହତ୍ୟା ଧମକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲରେନ୍ସ ଗ୍ୟାଙ୍ଗଙ୍କ ଟାର୍ଗେଟ୍‌ରେ ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଛନ୍ତି ଗ୍ୟାଙ୍ଗଷ୍ଟର। ଏପରିକି ତାଙ୍କ ଘର ଉପରକୁ ଗୁଳିମାଡ଼ ମଧ୍ୟ ହୋଇଛି। ଏହାରି ଭିତରେ ପୁଣି ଥରେ ତାଙ୍କ ବାପା ସଲିମ ଖାନ୍‌ଙ୍କୁ ମିଳିଛି ଧମକ। କିଛି ଦିନ ପୂର୍ବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚାଳନା ହୋଇଥିଲା।

ବର୍ତ୍ତମାନ ଏହାର କିଛି ମାସ ପରେ ତାଙ୍କ ପିତା ସଲିମ ଖାନଙ୍କୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଧମକ ଦେଇଛନ୍ତି। ସଲିମ ଖାନ ମର୍ଣ୍ଣିଂ ୱାକ୍ ପାଇଁ ବାହାରକୁ ଯାଉଥିବା ସମୟରେ ଜଣେ ଅଜ୍ଞାତ ମହିଳା ତାଙ୍କ ପାଖକୁ ଆସି ମାରିଦେବା ଧମକ ଦେଇ କହିଥିଲେ। ତେବେ ସୂଚନା ମୁତାବକ, ପ୍ରତିଦିନ ଭଳି ବୁଧବାର ତଥା ସେପ୍ଟେମ୍ବର ୧୮ ତାରିଖ ସକାଳେ ମଧ୍ୟ ସଲିମ ଖାନ୍‌ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ। ଯେତେବେଳେ ସେ ଚୌକିରେ ବସିଥିଲେ।

ସେହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରରେ ଗାଲାକ୍ସି ପାର୍ଶ୍ୱରୁ ବ୍ୟାଣ୍ଡଷ୍ଟାଣ୍ଡ ଆଡକୁ ଯାଉଥିଲେ ଏବଂ ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ। ସେ ଏକ ୟୁ-ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସିଥିଲେ। ଏହି ଧମକ ମିଳିବା ପରେ ପୁଲିସରେ ଅଭିଯୋଗ ହୋଇଛି। ପୁଳିସ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଯେଉଁ ସ୍କୁଟି ଆସି ସଲମି ଖାନଙ୍କୁ ଦୁଇ ଜଣ ଧମକ ଦେଇଥିଲେ ତା’ର ନମ୍ବର ୭୪୪୪ ଥିଲା। ଏବେ ସ୍କୁଟି ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି।

Comments are closed.