GM ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା; ଅଧ୍ୟାପକ ଗିରଫ

0

ଓଡ଼ିଆ ନ୍ୟୁଜ୍: ବାଲେଶ୍ୱର ଏଫଏମ କଲେଜ ଘଟଣାରକୁ ମାସେ ନ ପୂରୁଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା। ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଏଫଏମ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ ଜଳୁଥିବାବେଳେ ପୁଣି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଘଟଣାଟି ହେଉଛି ସମ୍ବଲପୁରର ଗୋଟିଏ ପ୍ରତିଷ୍ଠିତ କଲେଜ ଗଙ୍ଗାଧର ମେହେର ବିଶବିଦ୍ୟାଳୟ(ଜିଏମୟୁ)। ଯେଉଁଠି ଜଣେ ଛାତ୍ରୀ ର୍ନିଯାତନା ଅଭିଯୋଗ ଆଣିଛନ୍ତି। ନିଜ କଲେଜର ହିଁ ଅଧ୍ୟାପକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗିରଫ ଅଭିଯୁକ୍ତ ହେଲେ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା। ବିବାହ ପ୍ରତିଶ୍ରୁତି ଦେଇ ସେ ଛାତ୍ରୀଙ୍କୁ ର୍ନିଯାତନା ଦେଇଥିବା ସୂଚନା। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ ବିଏଡ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ।

Leave A Reply

Your email address will not be published.