ସମ୍ବଲପୁର ଷ୍ଟେସନ ଜମ୍ମୁ ତାୱି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସମ୍ବଲପୁର ଷ୍ଟେସନର ୱାସିଂ ଲାଇନରେ  ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆ ହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା। ଏହି ସମୟରେ ଟ୍ରେନର ପ୍ୟାଣ୍ଟ୍ରିକାର ବଗିଟି ଲାଇନଚ୍ୟୁତ ହୋଇଥିଲା।

ତେବେ ଲାଇନଚ୍ୟୁତ ହେବା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ଏଥିପାଇଁ କେହି ମୃତାହତ ହୋଇନାହାନ୍ତି ବା କୌଣସି କ୍ଷୟକ୍ଷତି ହୋଇନି । ୱାସିଂ ଲାଇନ୍‌ରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଯାତାୟତ ମଧ୍ୟ ପ୍ରଭାବିତ ହୋଇନାହିଁ । ସମ୍ବଲପୁର ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ରହିଛି । ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଜମ୍ମୁ ତାୱି ଏକ୍ସପ୍ରେସ ଟ୍ରେନଟି ସମ୍ବଲପୁର ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଯାଉଥିବା ବେଳେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲି ଯାଇଥିଲା । ଯାହାଫଳରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା l ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିବାରୁ ଓ ଟ୍ରେନର ଗତି ବହୁତ କମ୍ ଥିବାରୁ କାହାରି କିଛି ହୋଇ ନାହିଁ ।

ଏହା ଜାଣିବା ପରେ ୱାସିଙ୍ଗ ଲାଇନର କର୍ମଚାରୀମାନେ ଟ୍ରେନକୁ ତୁରନ୍ତ ଟ୍ରାକକୁ ଫେରେଇ ଆଣିଥିଲେ l ୱାସିଂ ଲାଇନ୍‌ରେ ଘଟଣା ଘଟିଥିବାରୁ ଅନ୍ୟ ଟ୍ରେନ୍‌ର ଯାତାୟାତ ପାଇଁ କୌଣସି ପ୍ରଭାବ ପଡ଼ିନାହିଁ l ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି l କେଉଁ କାରଣ ପାଇଁ ଟ୍ରେନ ଲାଇନଚ୍ୟୁତ ହେଲା ସେନେଇ ରେଳବାଇ ପକ୍ଷରୁ ତଦନ୍ତ କରାଯାଉଛି ।

Leave A Reply

Your email address will not be published.