ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କଂଗ୍ରେସ ର ସଙ୍କୀର୍ତ୍ତନ ସତ୍ୟାଗ୍ରହ | ସାରା ଓଡ଼ିଶା ରେ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଶ୍ରୀ ମନ୍ଦିର ରେ ଚାରି ଦ୍ଵାର ଖୋଲିବା ଦାବି ରେ, ଶ୍ରୀ ମନ୍ଦିର ର ଅନ୍ୟାନ୍ୟ ଦାବି ନେଇ ଏକ ସଙ୍କୀର୍ତ୍ତନ ସତ୍ୟାଗ୍ରହ କରା ଯାଇଛି।
ବାସୁଦେବପୁର କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ଅଶୋକ କୁମାର ଦାସ ଙ୍କ ନେତୃତ୍ବରେ ଏକ ଶୋଭା ଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ପ୍ରସନ୍ନ ଦେବ ମନ୍ଦିର ରେ ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇଛି।
ସରପଂଚ ସୁବାସ ସନ୍ଦି ବିଗ୍ରହ ଙ୍କ ସଭାପତିତ୍ବ ରେ ଜିଲ୍ଲା ସଭାପତି ଅଶୋକ ଦାସ,ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ ଦାସ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ, ମଞ୍ଜୁଲତା ପଣ୍ଡା, ସରପଂଚ ଆଦିତ୍ୟ ଗିରି ପ୍ରମୁଖ ରାଜ୍ୟ ସରକାର ଙ୍କୁ ଶ୍ରୀ ମନ୍ଦିର ଚାରି ଦ୍ଵାର ଶୀଘ୍ର ଖୋଲିବା ନିମନ୍ତେ ଦାବି କରିଥିଲେ। ଆଜି ର କାର୍ଯ୍ୟ କର୍ମ ରେ ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।