ଆମରଣ ଅନଶନରେ ବସିବେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ପୁଣି ଆଠ ତାରିଖ ରୁ ଆମରଣ ଅନଶନ ରେ ବସିବେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ।

ସୂଚନା ଅନୁସାରେ ବାଲିଆପାଳ ବିଡ଼ିଓ ପଚଂୟତରାଜ ଆଇନକୁ ସମ୍ପୂର୍ଣ୍ଣ ଉଲଘଂନ କରି ସରପଞ୍ଚ,  ସଦସ୍ୟ ମାନଙ୍କୁ ଅସମ୍ମାନୀତ କରିବା, ପଞ୍ଚାୟତ ସମିତିର ନିଷ୍ପତି ବିନା ବ୍ଲକ ପରିସର ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବା ସମିତିର ନିଷ୍ପତ୍ତି ଗୁଡିକୁ ଅମାନ୍ୟ କରି କାର୍ଯ୍ୟ କରିବା |

ଗ୍ରାମପଞ୍ଚାୟତ ପରିସର ମଧ୍ୟରେ କୌଣସି କାର୍ଯ୍ୟ ସରପଞ୍ଚ ଏବଂ ସଦସ୍ୟଙ୍କୁ ନଜଣାଇ ବାହାର ଠିକାଦାରଙ୍କ ଦ୍ଵାରା କାର୍ଯ୍ୟକରିବା ପ୍ରଭୃତି ସମସ୍ୟା କୁ ନେଇ ସରପଞ୍ଚ, ସଦସ୍ୟ ମାନଙ୍କ ପଖ୍ଯରୁ ବାରମ୍ବାର ଅଭିଯୋଗ ପରେ ଗତ ଡ଼ିସେମ୍ବର ୨୧ ତାରିଖ ରେ ଆମରଣ ଅନଶନ ରେ ବସିଥିବା ବେଳେ ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇ ଥିଲା। ତେବେ ପ୍ରଶାସନିକ ସ୍ତରରେ କୈ।ଣସି ପଦକ୍ଷେପ ନିଆଯାଇନଥିବା ରୁ ଆସନ୍ତା ୮ ତାରିଖ ରେ ପୁଣି ଆମରଣ ଅନଶନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.