ବ୍ଲକ ସମ୍ମୁଖରେ ଆମରଣ ଅନଶନ ରେ ବସିଲେ ସରପଞ୍ଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ବ୍ଲକ ସମ୍ମୁଖରେ ଆମରଣ ଅନଶନ ରେ ବସିଲେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ।

ସୂଚନା ଅନୁସାରେ ବାଲିଆପାଳ ବିଡ଼ିଓ ପଚଂୟତରାଜ ଆଇନକୁ ସମ୍ପୂର୍ଣ୍ଣ ଉଲଘଂନ କରି, ସରପଞ୍ଚ ସଦସ୍ୟ ମାନଙ୍କୁ ଅସମ୍ମାନୀତ କରିବା | ପଞ୍ଚାୟତ ସମିତିର ନିଷ୍ପତି ବିନା ବ୍ଲକ ପରିସର ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବା | ସମିତିର ନିଷ୍ପତ୍ତି ଗୁଡିକୁ ଅମାନ୍ୟ କରି କାର୍ଯ୍ୟ କରିବା,ଗ୍ରାମପଞ୍ଚାୟତ ପରିସର ମଧ୍ୟରେ କୌଣସି କାର୍ଯ୍ୟ ସରପଞ୍ଚ ଏବଂ ସଦସ୍ୟଙ୍କୁ ନଜଣାଇ ବାହାର ଠିକାଦାରଙ୍କ ଦ୍ଵାରା କାର୍ଯ୍ୟକରିବା ପ୍ରଭୃତି ସମସ୍ୟା କୁ ନେଇ ସରପଞ୍ଚ|

ସଦସ୍ୟ ମାନଙ୍କ ପକ୍ଷରୁ ଗତ ବର୍ଷ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପରେ, ୧୨/୯/୨୩ ତାରିଖ ରେ ବିଡ଼ିଓ ଙ୍କୁ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟ ରେ ତାଙ୍କର ବଦଳି କୁ ରଦ୍ଦ କରାଯାଇଥିଲା। ତେବେ ପୁଣି ଚଳିତ ବର୍ଷ ଘଟଣା ର ପୁନରାବୃତ୍ତି ହେବାରୁ ସଂଘ ପକ୍ଷରୁ ସବକଲେକଟର ଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୈ।ଣସି ପଦଖେପ ଗ୍ରହଣ ନକରିବାରୁ ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ବିଡ଼ିଓ ଙ୍କ ବଦଳି ଦାବି କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିଛନ୍ତି।

Leave A Reply

Your email address will not be published.