ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାସୁଦେବପୁର ପୈାରପାଳିକାର ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ , କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତୃପ୍ତି ମହିଳା ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉଦଘାଟନୀ ସଭାରେ ବିଧାୟକ ବିଷ୍ନୁବ୍ରତ ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ।

ସମ୍ମନୀତ ଅତିଥି ଭାବରେ ପୈାରାଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ, ନୋଡାଲ ଅଫିସର ଶୈଳବାଳ ଦାଶ, ଅଧ୍ୟାପିକା ସନ୍ଧ୍ୟାରାଣୀ ମିଶ୍ରପ୍ରମୁଖ ଯୋଗଦେଇ ନିଜ ନିଜର ମତପୋଷଣ କରିଥିଲେ । ସ୍ନିଗ୍ଧା ମହାନ୍ତିଙ୍କ ସଭାପତିତ୍ୱରେ ଅଧ୍ୟାପିକା ଆରତୀ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁବତୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ କ୍ରୀଡା କାର୍ଯ୍ୟକ୍ରମରେ ଲମ୍ବ ଡିଆଁ, ଭଲିବଲ, କବାଡି, ଉଚ୍ଚ ଡିଆଁ,ଜ୍ୟାଭଲିନ,ଡିସକସ ଥ୍ରୋ, ଦୈାଡ,ଚେସ ,କେରମ,ରନ୍ଧାଖାଦ୍ୟର ପ୍ରତିଯୋଗୀତା ସହ ଏକକ ଅଭିନୟ,ନୃତ୍ୟ , ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ଲାଷ୍ଟିକ ମୁକ୍ତ ସମାଜ,ସଡକ ସୁରକ୍ଷା ପାଇଁ ସଚେତନତା କରାଯିବା ସହ ବୃଦ୍ଧାଶ୍ରମରେ ଖାଦ୍ୟ,ବସ୍ତ୍ର ବଣ୍ଟନ କରାଯାଇଥିଲା । ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସମେତ ପୁରଷ୍କାର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.