ସରକାରୀ କାର୍ଯ୍ୟରେ ଘୋଟାଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ରେ ଉନ୍ନତି ଆଣିବା ପାଇଁ ସଦା ସର୍ବଦା ଗୁରୁତ୍ୱ ଦେଇଛନ୍ତି l ଏଥି ପାଇଁ ରାଜ୍ୟ ରାଜ କୋଷରୁ ସାଧାରଣ ରୋଗୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ହେଉଛି । ମାତ୍ର କିଛି ଦୁର୍ନୀତି ଖୋର ଲୋକ ମାନଙ୍କ ପାଇଁ ଏହି ଟଙ୍କା ର କିଭଳି ଅପବ୍ୟବହାର ହେଉଛି ତାହାର ବାସ୍ତବ ଚିତ୍ର ଦେଖିବା କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜପୁର ପଞ୍ଚାୟତରେ ହେଉଥିବା ଏନ୍ ଏମ ସେଣ୍ଟର୍ ନୂତନ ଗୃହ ନିର୍ମାଣ କାର୍ଯ୍ୟ ।ଆଜିର ସମୟରେ ସରକାର ସାଧାରଣ ଜନତାଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେତେ କଣ ଯୋଜନା ମାନ ପ୍ରଣୟନ କରୁଛନ୍ତି ।

ଏହାରି ଭିତରେ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ କ୍ଷେତ୍ର ରେ କିଭଳି ଉନ୍ନତି ପରି ଲିଖିତ ହେବ ସେଥି ପାଇଁ ମହିଳା ଓ ଶିଶୁ ମାନଙ୍କ ପାଇ ଏନ ଏମ ସେଣ୍ଟର ଖୋଲା ଯାଉଛି । ମାତ୍ର କିଛି ମୁନଫା ଖୋର ବ୍ୟକ୍ତି ମାନଙ୍କ ପାଇଁ ଏହି ସେଣ୍ଟର ନିର୍ମାଣ କାର୍ଯ୍ୟ ର ସ୍ଥାଇତ୍ୱ କୁ ନେଇ ଉଠିଚି ପ୍ରଶ୍ନ । ଏହି ଗୃହ କାର୍ଯ୍ୟ କେଉଁ ବିଭାଗ କାର୍ଯ୍ୟ ହେଉଛି ତାହା ପୁଣି ସଠିକ ଢଙ୍ଗ ରେ ହେଉଛି ନା ନାହିଁ ତାହା ତଦାରଖ କରିବାକୁ କେହି ନାହିଁ ।ଯିଏ ବି ଅଛନ୍ତି କିଛି ଟଙ୍କା ଖାଇ ବେପରୁଆ ଭାବେ କାମ କରୁଛନ୍ତି।କୌଣସି ଫଳ କ ବି ନାହିଁ ।କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ରେ ନିର୍ମାଣ ଚାଲୁ ଥିବା ଏ ହେଉଛି ଏନ ଏମ ସେଣ୍ଟର କାମ ।

ଯେଉଁଠି ଏନ ଏମ ସେଣ୍ଟର ନିର୍ମାଣ କାର୍ଯ୍ୟ ହେଉଛି ସେଠାରେ ନା ଅଛି ପ୍ରକଳ୍ପ କାର୍ଯ୍ୟର ଫଳକ ନା ଅଛି ଅଟକଳ ମୂଲ୍ୟ କିଏ କରୁଛି ଏହି କାର୍ଯ୍ୟ ଆଉ କେଉଁ ବିଭାଗ ଅଧୀନ ରେ ଏହି କାର୍ଯ୍ୟ ହେଉଛି ତାହା କାହାକୁ ଜଣା ନାହିଁ ଯାହାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏହା ଏନ ଏମ ସେଣ୍ଟର ନା କ୍ଲବ ,ନା ଗୁହାଳ ଘର ତିଆରି ହେଉଛି ଯାହା କହୁଛନ୍ତି ଲୋକେ ।ସେଠାରେ କାମ ପାଇଁ ବାର ୱଲ ଟିଏ ନାହିଁ, ପିଲର କାମ ଅତି ନିମ୍ନମାନର ଏବଂ ସିମେଣ୍ଟ ମଧ୍ୟ ଅତି ନିମ୍ନ ମାନର ହେଉଥିବା ଯାହା ସରକାରୀ ଅନୁବନ୍ଧିତ ନୁହେଁ ବୋଲି ଅଭିଯୋଗ କରୁଛନ୍ତି ।କାମ ଉପରେ କୌଣସି ସରକାରୀ ଅଫିସର ଉପସ୍ଥିତ ରହୁନାହାନ୍ତି ।ରଡ ବନ୍ଧା ହୋଇଛି ବିନା ଜିକଜାକ ରେ ଯାହା ଅତି ନିମ୍ନମାନର ।

ଏଥିରୁ ଅନୁମାନ କରନ୍ତୁ ସରକାରୀ ଟଙ୍କା ର କିପରି ଅପବ୍ୟବହାର ହେଉଛି ।ଯଦି ରୋଗୀ ଏହି ଏନ ଏମ ସେଣ୍ଟର କୁ ଚିକିତ୍ସା ପାଇଁ ଆସେ ତେବେ ଯଦି କୌଣସି କାରଣ ବଶତ ଘର ଭୁଶୁଡି ପଡେ ତେବେ ରୋଗୀ ବଞ୍ଚିବ ନା ମରିବ ତାହା ସନ୍ଦେହ ଲାଗୁଛି ।ଏହାର ପ୍ରତିବାଦ କରି ଗ୍ରାମବାସୀ ଆଜି କାମ ବନ୍ଦ କରିବା ସହିତ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତି କରିଛନ୍ତି ବୋଲି କୁହନ୍ତି । ଏହି ବାବଦରେ ଆମେ ସାଲେପୁର ବିଡିଓ ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ l ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବେନାହିଁ ବୋଲି ରୋକ ଠୋକ ମନା କରିଦେଥିଲେ lଏନ୍ ଏମ ସେଣ୍ଟର ଟି କାର୍ଯ୍ୟକ୍ଷମ ହେଲେ ଖାଲି ମିର୍ଜା ପୁର ନୁହେଁ ପଡୋଶୀ ରୁ ପ୍ରାୟ ପ୍ରତେକ ଦିନ ୨୦୦ରୁ ଉର୍ଦ୍ଦ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବେ ।ଯଦି ଏହି କାର୍ଯ୍ୟ ର ସଠିକ ଭାବେ କାର୍ଯ୍ୟ ନହୁଏ ତେବେ ରାଜରାସ୍ତାକୁ ଓହ୍ଲେହିବା ପାଇଁ ଗ୍ରାମ ବାସି କହିଛନ୍ତି।

Leave A Reply

Your email address will not be published.