SCBରେ ହେବ ୧୭ ମହଲା ପାର୍କିଂ

0

ଓଡ଼ିଆ ନ୍ୟୁଜ୍: କଟକ SCBରେ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ ପାର୍କିଂ ସୁବିଧା।୧୭ ମହଲା ପାର୍କିଂ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ୬.୫୧ ଏକର ପରିମିତ ଅଞ୍ଚଳରେ ହେବ ୧୭ ମହଲା ପାର୍କିଂ।SCB ଓ ହରିହର କ୍ୟାନସର ହସ୍ପିଟାଲ ରୋଗୀ ଓ ଆଟେଣ୍ଡାଣ୍ଟ ବ୍ୟବହାର କରିବେ।୧୭ ମହଲାରୁ ୧୨ ମହଲା ପର୍ଯ୍ୟନ୍ତ ରହିବ ପାର୍କିଂ ସୁବିଧା।ଅବଶିଷ୍ଟ ମହଲାରେ ପ୍ରଶାସନିକ ବ୍ଲକ, ଆନାଟୋମି ବ୍ଲକ, ଫାର୍ମା କଲେଜ ଚାଲିବ।୭ଟି ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ।

ଏସ୍‌.ସି.ବି କ୍ୟାମ୍ପସରେ ୬.୫୧ ଏକର ଜମିରେ ଏକ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ ନିର୍ମାଣ ହେବ। ଏହାର ୧୨ ମହଲା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ସୁବିଧା ରହିବା ସହ ବାକି ମହଲାରେ ପ୍ରଶାସନିକ ବ୍ଲକ୍, ଆନାଟୋମୀ ବ୍ଲକ୍ ଏବଂ ଫାର୍ମା କଲେଜ କାର୍ଯ୍ୟକ୍ଷମ ହେବ।

ରାଜ୍ୟର ୭ଟି ପ୍ରମୁଖ ମେଡିକାଲ କଲେଜ (କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ଼, କୋରାପୁଟ, ବାରିପଦା ଓ ବଲାଙ୍ଗିର) କ୍ୟାମ୍ପସ୍‌ରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯିବ।ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ପାଇଁ ଇଣ୍ଡୋର ଗେମ୍ ଓ ସୁଇମିଂ ପୁଲ୍ ବ୍ୟବସ୍ଥା କରାଯିବ। ଏଥିସହ ନିର୍ମାଣାଧୀନ ୧୩ଟି ହାଉସିଂ ଟାୱାର କାମ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.