ପ୍ରବଳ ବର୍ଷା ସମ୍ଭାବନା, କାଲି କୋରାପୁଟର ସମସ୍ତ ସ୍କୁଲ ଛୁଟି ଘୋଷଣା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ 22 ଜିଲ୍ଲାକୁ ବର୍ଷା ଆଲର୍ଟ। ପ୍ରବଳ ବର୍ଷା ସମ୍ଭାବନା ନେଇ କୋରାପୁଟ ଓ ଗଞ୍ଜାମ ନେଲେ ଆଗୁଆ ପଦକ୍ଷେପ। ଗଞ୍ଜାମ ଜିଲ୍ଲାପାଳ ନିଜର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ଅନୁମତିରେ କେହି ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପରିବେନି ବୋଲି କହିଛନ୍ତି। ସେ ଅଧିକାରୀମାନଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ବିଭାଗ ସଜାଗ ରହିଛି। ପାଣିପାଗ ବିଭାଗ ସୂଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

ଯୋଡ଼ା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶା ଭିଜିବ। ପାଣିପାଗ ବିଭାଗ ୫ ଦିନ ଯାଏ ପ୍ରବଳ ବର୍ଷା ଚେତାବନୀ ଦେଇଛି। ଲଘୁଚାପ ବର୍ତ୍ତମାନ ଉତ୍ତରପଶ୍ଚିମ ବଙ୍ଗୋପସାଗର ସକ୍ରିୟ ଥିବା ବେଳେ ଗଞ୍ଜୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨୪ ଘଣ୍ଟା ଦୁର୍ବଳ ହେବାର ସମ୍ଭାବନା ରହିଛି। ଏଥିସହ ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବକେନ୍ଦ୍ରୀୟ

Leave A Reply

Your email address will not be published.