ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡା : କେନ୍ଦ୍ରାପଡା ଶିକ୍ଷା ଜିଲ୍ଲା ଅଧୀନ ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ତିଖିରି ପଂଚାୟତସ୍ଥ ବଜ୍ରମହାକାଳୀ ଉଚ୍ଚବିଦ୍ୟାଳୟ, ଧନିଆପଡା ର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ନିମନ୍ତେ ଗତ ମାସରେ ଫର୍ମ ପୂରଣ କରିଛନ୍ତି l ସରକାରୀ ମତେ ଚଳିତ ବର୍ଷ ପରୀକ୍ଷାର୍ଥୀ କୌଣସି ଦେୟ ପୈଠ ପାଇଁ ମାଧ୍ୟମିକ ଶିକ୍ଷାପରିଷଦ ତରଫରୁ ବିଶେଷ ସୂଚନା ନ ଥିବାର ଜଣାପଡିଛି l
ମାତ୍ର ବିଦ୍ୟାଳୟ ଗୁଡିକର ଦେୟ ଭାବେ ବାର୍ଷିକ ଖୁବ କମ ପଇସା ରହିଥିବା ବେଳେ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ 40 ଶିକ୍ଷାର୍ଥୀ ଙ୍କ ଠାରୁ ବିନା ରସିଦ ରେ ଜଣ ପ୍ରତି 200/-ଟଙ୍କା ଗ୍ରହଣ କରିଛନ୍ତି l ଯାହା ନେଇ ଛାତ୍ର /ଛାତ୍ରୀ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଏବିଷୟରେ ପ୍ରଧାନ ଶିକ୍ଷକ କହନ୍ତି ଯେ. ପରୀକ୍ଷାର୍ଥୀ ଙ୍କ ଠାରୁ ପରୀକ୍ଷା ଫିସ ନୁହେଁ ବିଦ୍ୟାଳୟ ଫିସ ଆଦାୟ କରିଛୁ ଆଉ ରସିଦ ଦେଉଛୁ , ନହେଲେ ରସିଦ ଦେଇ ଦେବୁ ତାଳ ମେଳ ବିହୀନ ଭାବେ କହନ୍ତି l. ସେପଟେ ମାତ୍ର ଅଭିଭାବକ ଓ ପରୀକ୍ଷାର୍ଥୀ କହନ୍ତି କେହି ଜଣେ ହେଲେ ପିଲା ଙ୍କୁ ସାରେ ରସିଦ ଦେଇନାହାନ୍ତି l
ଆଉ ଫିସ ନେଇ ଅଭିଯୋଗ କଲେ ଶିକ୍ଷକ /ଶିକ୍ଷୟତ୍ରୀ ପିଲାଙ୍କ ଉପରେ ରାଗି ଫେଲ କରିଦେବା ର ଭୟ ଥିବାର କମିଟି ସଭ୍ୟା ତଥା ଅଭିଭାବିକା ଗଣମାଧ୍ୟମ କୁ କହିଛନ୍ତି lଏବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ କହନ୍ତି ଯେ ବିଦ୍ୟାଳୟ ର କଣ ଫିସ ଥିବ କମିଟି ନିଷ୍ପତ୍ତି କ୍ରମେ ଆଦାୟ କରିଥିବେ ବୋଲି ବାଉଳିଲା ଭଳି କହନ୍ତି l ବିଦ୍ୟାଳୟ ରୁ ପାଠ ପଢା ସରୁଥିବାରୁ କେଵଳ ବଜ୍ରମହାକାଳୀ ନୁହେଁ ବ୍ଲକ ର ଅଧିକାଂଶ ବିଦ୍ୟାଳୟ ରେ ଏଭଳି ଆଦାୟ ଚାଲିଥିବାର ଜଣାପଡିଛି l ଖବର ପ୍ରସାରଣ ପରେ ଶିକ୍ଷା ବିଭାଗୀୟ ପଦାଧିକାରୀ ମାନେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା l