ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଶିକ୍ଷକ ଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଏବଂ ଅଭିଭାକ ବିଦ୍ୟାଳୟରେ ଗେଟ ରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି |ତେବେ ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅଧୀନ କୁରୁଳିଆ ପ୍ରାଥମିକ ବିଦ୍ୟାଳୟ ରେ ଘଟଣାରୁ ଯାହା ଜଣା ପଡିଛି କି ବିଦ୍ୟାଳୟ ର ଶିକ୍ଷକ ବିଶ୍ୱଜିତ ପାତ୍ର ଙ୍କୁ ଅନ୍ୟତ୍ର ସ୍କୁଲ କୁ ବଦଳି କରାଯାଇଥିବା ଜାଣି ଶିକ୍ଷକଙ୍କ ବଦଳିକୁ ପ୍ରତ୍ୟେହାର କରିବା ପାଇଁ ଆଜି ସକାଳ ୧୦ ଘଟିକା ସମୟରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଆସି ବିଦ୍ୟାଳୟର ମୁଖ୍ୟ ଗେଟ ରେ ତାଲା ପକେଇ ବିଦ୍ୟାଳୟ ବାହାରେ ଧାରଣା ରେ ବସିଥିଲେ |
ତେବେ ଶିକ୍ଷକଙ୍କ ପିଲାମାନଙ୍କ ପ୍ରତି ସ୍ନେହ ଏବଂ ଭଲ ପାଇବା ଥିବାରୁ ଶିକ୍ଷକଙ୍କୁ ପିଲାମାନେ ଛାଡିବା ପାଇଁ ଚାଁହୁ ନଥିବାରୁ ଛାତ୍ର ଛାତ୍ରୀ ମାନେ ଆଜି ବିଦ୍ୟାଳୟ ରେ ତାଲା ପକେଇ ପ୍ରତିବାଦ କରିଛନ୍ତି |ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ବେହେରା ପହଂଚି ଦେଖିବାକୁ ପାଇଥିଲେ ଏପରି ଘଟଣା |ସଂଗେସଂଗେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଥବା ( BEO )ଙ୍କୁ ଫୋନ ଜଗେ ସୂଚନା ଦେଇଥିଲେ | ହେଲେ BEO ସୂଚନା ପାଇବା ପରେ ବିଳମ୍ବରେ କରଞ୍ଜିଆ ପୋଲିସ କୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଜା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା |ତେବେ ଛୋଟ ଛୋଟ ପିଲାମାନେ ସେହି ଭଳି ଭକ ଉପାସରେ ଧାରଣା ନିଜ ଜିଧ ରେ ଅଟଳ ଥିଲେ |
ଏହି ବିଦ୍ୟାଳୟ ଟି BEO କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲ ମିଟର ରେ ଥିବା ବେଳେ BEO ମହାଶୟ ବହୁ ବିଳମ୍ବ ରେ ପହଂଚି ଥିଲେ |ବିଳମ୍ବ ରେ ପହଞ୍ଚି ଥିବାରୁ ସେଠାରେ କିଛି ସମୟ ଉତେଜନା ଲାଗିରହିଥିଲା ଏବଂ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଘେରିଥିଲେ BEO ଙ୍କୁ, କିଛିସମୟ ପାଇଁ ସ୍କୁଲ ପରିସରରେ ଛାତ୍ର ଛାତ୍ରୀ ମାନେ ଭାବବିହୁଳ ହୋଇ କାନ୍ଦି କାନ୍ଦି ତାଙ୍କ ପ୍ରିୟ ସାରଙ୍କୁ ଫେରାଇ ଆଣିବାକୁ ଜିଦ ଧରିଥିଲେ | ଅପରାହ୍ନ ୩ଘଟିକା ପରେ ଭି ଏହାର ସମାଧାନ ହୋଇନଥିଲା ଯାହା ଫଳରେ ଭୋକରେ କିଛି ପିଲା ତଳେ ପଡିଯାଇଥିଲେ |ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଙ୍କ ସହିତଏକ ଆଲୋଚନା ପରେ ଏକ ବୈଠକ ବସି ସମାଧାନ ହୋଇଥିଲା, ଏବଂ BEO ଙ୍କ ଲିଖିତ ପ୍ରତିଶୃତି ପରେ ଛାତ୍ର ଛାତ୍ରୀ ଧାରଣରୁ ଓହରିଥିଲେ |