ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ବଢାଇଦିଆଯାଇଛି । ସୋମବାର ଓ ମଙ୍ଗଳବାର ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି । ଗତ ୧୨ ତାରିଖରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ । ୧୬ ତାରିଖ ଅର୍ଥାତ୍ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା । ହେଲେ ବର୍ତ୍ତମାନ ପ୍ରବଳ ଖରା ଜାରି ରହିଥିବାରୁ ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି । ତେଣୁ ଆଗକୁ ଆହୁରି ତାତି ବଢ଼ିବାର ଆଶଙ୍କାକୁ ଦେଖି ପଦକ୍ଷେପ ନିଆଯାଇଛି । ଏହାବ୍ୟତୀତ ପୂର୍ବରୁ ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଧିରେ ଧିରେ ସମ୍ବଲପୁର ସହରରେ ସ୍ୱାଭାବିକ ହେଉଛି ସ୍ଥିତି। ଆଜିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ହେବା ପରେ ଦୋକାନ, ବଜାର ଖୋଲିଛି। ବିଭିନ୍ନ ପରିବା ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା। ଆଗକୁ କର୍ଫ୍ୟୁ ଅବଧିକୁ ଅଧିକ କୋହଳ କରାଯିବ। ଏପଟେ ହନୁମାନ ଜୟନ୍ତୀ ରାଲି ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୬ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ। ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଡିଜିପି ସୁନୀଲ ବଂଶଲ ପୁଣି ଥରେ ସମ୍ବଲପୁର ସ୍ଥିତିର ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। .
ସମ୍ବଲପୁରରେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା। ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ହ୍ଵାଟ୍ସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ବନ୍ଦ ରହିବ । ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ । ସେହିପରି ବନ୍ଦ ରହିବ ବ୍ରଡବ୍ୟାଣ୍ଡ ଡାଏଲ ଆପ୍ ସିଷ୍ଟମ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମ୍ବଲପୁର ହିଂସା ପରେ ବନ୍ଦ ଥିଲା ଇଣ୍ଟରନେଟ୍ ସେବା।