ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କାଲିଠୁ ତାତିରୁ ନିସ୍ତାର ମିଳିବ । ଏହାସହିତ ପୁଣି ଖୋଲିବ ସ୍କୁଲ। ସକାଳ ସାଢେ ୬ଟାରୁ ୧୧ଟା ଯାଏଁ ହେବ ପାଠପଢା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ସକାଳୁଆ ସ୍କୁଲ ନେଇ ରାଜ୍ୟ ସରକାରଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଛୁଟି ଘୋଷଣା କରିଥିଲେ ।ତେବେ ଘୋଷଣା ହୋଇଥିବା ଏହି ଛୁଟିର ଅବଧି ଆଜି ଶେଷ ହେଉଛି । ତେବେ ତାତି କମିବା ନେଇ ସମ୍ଭାବନା ଥିବାରୁ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ତେବେ ସ୍କୁଲ ଖୋଲିବା ପରେ ପୂର୍ବ ଭଳି ସକାଳ ସାଢେ ୬ଟାରୁ ଦିନ ୧୧ଟା ଯାଏଁ ପାଠପଢା ହେବ । ସେପଟେ ଖରା ଦିନ ହେତୁ ସମସ୍ତ ସ୍କୁଲ ଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସୁବିଧା ଉପଲବ୍ଧ କରାଇବା ଲାଗି ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
ତେବେ ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ଦାୟିତ୍ବରେ ଥିବା ଜିଲ୍ଲା ଗୁଡ଼ିକର ସ୍କୁଲ ସମୟ ବଦଳାଇ ପାରିବେ।
ଅନ୍ୟପଟେ ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରଵାହ ଜାରି ରହିଛି । ଟାଣ ଖରା ସଙ୍ଗାରୁ ଝାଂଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।