ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳ ଗାଁ

0

ଓଡ଼ିଆ ନ୍ୟୁଜ୍: ୬ଟି ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା। କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪, ପୁରୀର ୬ଟି ଗାଁ ସମୁଦ୍ରରେ ବିଲୀନ। ୧୯୯୦ରୁ ୨୦୧୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜନଗରର ସାତଭାୟା, କାହ୍ନୁପୁରୁ, ବରାହିପୁର ଗାଁଲୋକଙ୍କୁ ଥଇଥାନ।

ବଗପାଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି ଲୋକଙ୍କୁ ଥଇଥାନ’। ଗଞ୍ଜାମ, ପୁରୀ, ଜଗତସିଂହପୁରରେ ଚାଷ ଜମି ପ୍ରଭାବିତ। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରରେ ବି ଚାଷଜମି ପ୍ରଭାବିତ। ୬ଟି ଉପକୂଳ ଜିଲ୍ଲାର ୧୪୦.୭୩ ହେକ୍ଟର ଚାଷ ଜମି ଅବକ୍ଷୟ ହୋଇଛି।ସମୁଦ୍ର ଜୁଆର ରୋକିବାକୁ ଅଧିକ ହେନ୍ତାଳ ବଣ ସୃଷ୍ଟି ହୋଇଛି ବୋଲି ଗଣେଶ ରାମ ସିଂଙ୍କ ସୂଚନା।

Leave A Reply

Your email address will not be published.