ଗୋରୁ ବୋଝେଇ ପିକ ଅପ ଜବତ ଓ ଗୋରୁ ଉଦ୍ଧାର

0

ଗୋରୁ ବୋଝେଇ ପିକ ଅପ ଜବତ ଓ ଗୋରୁ ଉଦ୍ଧାର । ଆଜି ଭଗତପୁର ରୁ ସାଲେପୁର ଜାଉଥିବା ସମୟରେ ଗୋରୁ ବୋଝେଇ ପିକଅପ ଭ୍ୟାନ କୁ ଅଟକାଇ ଥାନା ଜିମା ଦେଲେ ବଜରଙ୍ଗ ଦଳ କର୍ମୀ | ଆଜି ଭୋର ୪ଟା ସମୟରେ ଟାଙ୍ଗି ଭଟିମୁଣ୍ଡା ରାସ୍ତାରେ କିଛି ଗୋ ମାଫିଆ ମାନେ ଏକ ପିକଅପ ଭ୍ୟାନ ରେ ୧୫ ରୁ ଉର୍ଦ୍ଧ ଗୋମାତା ଙ୍କୁ ବୋଝେଇ କରି ଗୋ ଚାଲାଣ ପାଇଁ ନେଉଥିବା ବେଳେ,

ବଜରଙ୍ଗ ଦଳର କର୍ମକର୍ତା ମାନେ ବିଶେଷ ସୂତ୍ର ରୁ ଖବର ପାଇ ଭଟିମୁଣ୍ଡା ନିକଟରେ ଏହି ଗାଡିଟିକୁ ଅଟକାଇ ଟାଙ୍ଗି ପୋଲିସ କୁ ଖବର ଦେଇଥିଲେ | କିନ୍ତୁ ଟାଙ୍ଗି ପୋଲିସ ପକ୍ଷରୁ ଅନେକ ସମୟ ଧରି କେହି ଆସିନଥିଲେ ଅନ୍ୟପକ୍ଷରେ ବିଳମ୍ବରେ ଜଣେ ପୋଲିସ କର୍ମଚାରୀ ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ|

ଟାଙ୍ଗି ଫାଣ୍ଡି ଠାରୁ କେଇସ ମିଟର ଦୂରରେ ଏହି ଗାଡି ଧରା ହେବା ଓ ଟାଙ୍ଗି ଫାଣ୍ଡି ସମ୍ମୁଖରେ ଏହି ଗାଡି ଟି ଜାଉ ଥିବା ବେଳେ ଫାଣ୍ଡି ରେ ଡିଉଟି ରେ ଥିବା ପୋଲିସ କର୍ମଚାରୀ ମାନେ କେମିତି ଖବର ପାଇନଥିଲେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ଅନ୍ୟ ପକ୍ଷରେ ଫାଣ୍ଡି ନିକଟରେ ପୋଲିଶ କୁ ୫୦୦ଟଙ୍କା ଦେଇ ଜାଉଥିବା କହିଛି ଗାଡି ଚାଳକ| ଗୋ ଚାଲଣ ଉପରେ ରୋକ ଲଗାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ବଜରଙ୍ଗ ଦଳ କର୍ମୀ ।

Leave A Reply

Your email address will not be published.