ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ବର ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ଅନୁସାରେ ଗରିବ , ତଫସିଲଭୁକ୍ତ ଜାତି, ଉପଜାତି ରସଭ୍ଯ,ମାନବ ଚାଲାଣ ଅପରାଧର ଶିକାର ହୋଇ ଥିବା ବ୍ୟକ୍ତି, ମହିଳା, ଶିଶୁ,ମାନସିକ ବିକାର ଗ୍ରସ୍ତ, ବିକଳାଙ୍ଗ, ପ୍ରାକୃତିକ ବିପର୍ଯ୍ୟୟ ଓ ଦଙ୍ଗାଗ୍ରସ୍ତ ବ୍ୟକ୍ତି ବିଶେଷ,ଶିଳ୍ପ ଶ୍ରମିକ,ଶିଳ୍ପ ଦୂର୍ଘଟଣା ଗସ୍ତ ବ୍ୟକ୍ତି, ହାଜତରେ ଥିବା ବ୍ୟକ୍ତି ଓ ବିଚାରାଧୀନ ବନ୍ଦୀ, ବରିଷ୍ଠ ନାଗରିକ, ଏଡ଼ସ ପିଡିତ ବ୍ୟକ୍ତି ବିଶେଷ ଙ୍କୁ ମାଗଣା ଆଇନ୍ ସେବା ପାଇ ପାରିବେ |
ଏନେଇ ଉପସ୍ଥିତ ତାଲୁକ ଆଇନ ସେବା ସମିତି ର ଚେୟାରମେନ ତଥା ଜଳେଶ୍ବର କୋର୍ଟର ସବଜର୍ଜ ଶ୍ରୀମତୀ ନିଶା ସାମଲ,ଜେଏମ ଏଫସି କୋର୍ଟ ର ଜର୍ଜ ସ୍ବର୍ଣ୍ଣ ପ୍ରଭା ସ୍ବାଇଁ, ସିଭିଲ ଜର୍ଜ ସ୍ମୃତି ସ୍ୱରୂପା ସାହୁ କହିଥିଲେ।ଆଜି ସକାଳ ୯ ଟା ସମୟରେ ଜଳେଶ୍ଵର ମହିଳା ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଙ୍କୁ ନେଇ ସହର ପରିକ୍ରମା କରିବା ସହିତ କଲେଜ ପରିସର ରେ ପଥପ୍ରାନ୍ତ ସଭାରେ ଜଜ ମାନେ ନିଜ ନିଜର ମତ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବାର ଏସୋସିଏସନ ର ସଭାପତି କୁଞ୍ଜ ବିହାରି ଦାସ, ସମ୍ପାଦକ ବିଜନ କୁମାର ଦେ, ପୂର୍ବତନ ସଭାପତି ଚିନ୍ମୟ କୁମାର ଦାସ,ସୁନିଲ କୁମାର ଜେନା, ପତିତପାବନ ପ୍ରଧାନ, ଜଳେଶ୍ବର ଏସଡିପିଓ ଦୀଲ୍ଲିପ କୁମାର ସାହୁ, ଆଇଆଇସି ରଞ୍ଜନ କୁମାର ସେଠୀ, ମହିଳା ମହାବିଦ୍ୟାଳୟ ର+୨ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦେ,+୩ ଅଧ୍ୟକ୍ଷ ଦୀଲ୍ଲିପ କୁମାର ଘୋଷ, ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।