ଓଡିଆ ନ୍ୟୁଜ୍(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଜଗନ୍ନାଥ ସେବାୟତ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ବିଭିନ୍ନ ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଐତିହ କରିଡର କାର୍ଯ୍ୟ ଆଗକୁ ବଢ଼ିବା ସହ ଆସନ୍ତା ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେ । କୋଭିଡ଼ କାରଣରୁ ଗତ 2 ଦୁଇ ବର୍ଷ ରଥଯାତ୍ରାରେ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଥିଲା । ତେଣୁ ଚଳିତ ବର୍ଷ ରଥଯାତ୍ରାରେ ଭକ୍ତ ସମାଗମ ଅଧିକ ହେବ । 2015 ନବଳେବଳ ପରି ଲୋକ ସମାଗମ ହେବର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରଥଯାତ୍ରା ସୁରୁଖୁରୁରେ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେବାୟତ କହିଛନ୍ତି । 40 ରୁ ଉର୍ଦ୍ଧ୍ବ ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ନିର୍ମାଣ କାମ ବନ୍ଦ ପାଇଁ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। କେବଳ ଖାରଜ କରି ନାହାନ୍ତି, ଆବେଦନକାରୀଙ୍କ ଉପରେ ଜରିମାନ ମଧ୍ୟ ଲଗାଇଛନ୍ତି। ଏପରିକି ପରିକ୍ରମ ପ୍ରସଙ୍ଗରେ ହାଇକୋର୍ଟର ହୋଇଥିବା ଜନସ୍ୱାର୍ଥ ମାମଲା, ଜନସ୍ୱାର୍ଥ ବିରୋଧୀ ବୋଲି କହିଛନ୍ତି। ନିକଟ ଅତୀତରେ ଛତୁଫୁଟିଲା ଭଳି ଜନସ୍ୱାର୍ଥ ମାମଲା ସଂଖ୍ୟା ବଢିଛି। ଅନେକ ଜନସ୍ୱାର୍ଥ ମାମଲାରେ କୌଣସି ଜନସ୍ୱାର୍ଥ ନଥାଏ। କେବଳ ଥାଏ ପ୍ରଚାର ସ୍ୱାର୍ଥ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ। ଏପରି ମାମଲାକୁ ଆମେ ଘୋର ନିନ୍ଦା କରୁଛୁ। ଏହା ନ୍ୟାୟପାଳିକାର ମୂଲ୍ୟବାନ ସମୟ ନଷ୍ଟ କରୁଛି। ଉପଯୁକ୍ତ ସମୟ ଆସିଛି ଏହାକୁ ମୂଳରୁ ଉତ୍ପାଟନ କରିବାକୁ ପଡିବ। ଫଳରେ ଜନସ୍ୱାର୍ଥ ପାଇଁ ଥିବା ଉନ୍ନୟନମୂଳକ କାମ ଅଟକିବ ନାହିଁ। ଏ ମାମଲାରେ ଆବେଦନକାରୀଙ୍କ କୌଣସି ଯୁକ୍ତି ନଥିଲା। ତେଣୁ ଆବେଦନକୁ ଖାରଜ କରିବା ସହ ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ।