ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୟଙ୍କର ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୧୪ ଛାତ୍ର । ନିଆଁର ପ୍ରକୋପ ଏତେ ବୟାବହ ଥିଲା ଯେ କେବଳ ଦେଖଣାହାରୀ ପାଲଟିଥିଲେ ସ୍ଥାନୀୟ ଲୋକେ । ରିପୋର୍ଟ ଅନୁଯାୟୀ ଗତକାଲି ଇରାକର ଏରବିଲ୍ ସ୍ଥିତ ଏକ ହଷ୍ଟେଲରେ ଭୟଙ୍କର ନିଆଁ ଲାଗିଯାଇଥିଲା ।
ଯେଉଁଥିରେ ୧୪ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ବିଲ୍ଡିଂର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିବା ବେଳେ ସଙ୍ଗେ ସଙ୍ଗେ ତାହା ଚାରିଆଡେ ବ୍ୟାପିଯାଇଥିଲା । ଫଳରେ ବିଲ୍ଡିଂରେ ଥିବା ଛାତ୍ରଙ୍କ ସମେତ କର୍ମଚାରୀ ସେମାନଙ୍କୁ ବଚେଂଇବା ପାଇଁ ଚିକôାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଚିଂଥିଲେ । ପରେ ବହୁ ପରିଶ୍ରମ ପରେ ନିଆଁକୁ ଆୟତ କରିବା ସହ ଛାତ୍ରଙ୍କୁ ସୁରକ୍ଷତ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।
ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ୧୮ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ନିଆଁ କମିବା ପରେ ବିଲିଂକୁ ଛାନଭିନ ବେଳେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ସେମାନଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ନମନ୍ତେ ପଠାଯାଇଛି । ତେବେ ବର୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।