ଢେଙ୍କାନାଳରେ ସେକ୍ସ ରାକେଟ ଠାବ, ଯୁବତୀଙ୍କ ସହ କାର ଜବତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଢେଙ୍କାନାଳରେ ସେକ୍ସ ରାକେଟ ଠାବ ହୋଇଛି।ଢେଙ୍କାନାଳ ଟାଉନଥାନା ପୋଲିସ ଗତକାଲି ରାତିରେ ଚଢାଉ କରି ଏହି ସେକ୍ସ ରାକେଟ ଠାବ କରିଛି।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାଲଟାକ୍ସ ନିକଟରେ ଚାଲିଥିଲା ଏହି ସେକ୍ସ ରାକେଟ।ପୋଲିସ ଦୁଇଜଣ ଯୁବତୀଙ୍କ ସହ କାରବାର ଚଳାଇଥିବା ଜଣେ ବ୍ଯକ୍ତିଙ୍କୁ ଧରି ଅଟକ ରଖିଛି।ବିଗତ କିଛି ବର୍ଷ ହେବ ଏହି ସେକ୍ସ ରାକେଟ ଚାଲି ଆସୁଥିବା ଜଣାପଡିଛି।ଧରା ପଡିଥିବା ଦୁଇଜଣ ଯୁବତୀ ବାଲେଶ୍ବର ଅଞ୍ଚଳର ବୋଲି ପୋଲିସ ପଚରାଉଚରା ପରେ ଜଣାପଡିଛି।

ଏହି ଘଟଣାରେ ଟାଉନଥାନା ପୋଲିସ ଗୋଟିଏ କାର ମଧ୍ୟ ଜବତ କରିଛି। ପୋଲିସ ଚଢାଉ ସମୟରେ ଗ୍ରାହକ ଖସି ପଳାଇଥିବା ଜଣାପଡିଛି।ଏହି ରାକେଟ ପଛରେ ଜଣେ ରାଣି ମହୁମାଛିର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ଗିରଫ ବ୍ଯକ୍ତି ଜଣଙ୍କ ଢେଙ୍କାନାଳର ହୋଇଥିବା ବେଳେ ଦୁଇବର୍ଷ ତଳେ ସେକ୍ସ ରାକେଟ ଚଳାଉଥିବା ବେଳେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା ।ଏହି ସେକ୍ସ ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ପଚରାଉଚରା ଜାରି ରଖିଛି ଟାଉନ ଥାନା ପୋଲିସ ପକ୍ଷରୁ।

Leave A Reply

Your email address will not be published.