ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଏବେ ଡ୍ୟାନସ ବାର ପାଲଟିଛି ଦେହ ବ୍ୟବସାୟର ମାଧ୍ୟମ। ଖୁଲମ ଖୁଲା ଦେହ ବେପାର କରୁଛନ୍ତି ବାର ମାଲିକ।ବାର ଲାଇସେନ୍ସ ଆଳରେ ଚଳାଇଛନ୍ତି ସେକ୍ସ ରାକେଟ।ସିକ୍ରେଟ ଚାମ୍ବର ରେ ଚାଲିଛି ଦେହ ବ୍ୟବସାୟର ଗୋଲକ ଧନ୍ଦା।ମାଲିକ ଓ ତାଙ୍କ ଲୋକ ଚଳାଇଛନ୍ତି ଏପରି କାରବାର।ଏବେ ଏମିତି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବାର ମାନେଜର।ଯେତେବେଳେ ବାର ମାଲିକ ବିରୋଧରେ ଥାନା ଦ୍ବାରସ୍ଥ ପରେ ସାମ୍ନାକୁ ଆସିଛି ଘଟଣା।
ସଞ୍ଜ ହେଲେ ରାଜଧାନୀରେ ଗହଳି ବଢେ ଡାନ୍ସ ବାରରେ। ଏନେଇ ବାର ଗାର୍ଲ୍ ଙ୍କ ଠୁମକାରେ ଦିଓ୍ବାନା ହୁଅନ୍ତି ଗ୍ରାହକ। ରଙ୍ଗୀନ ଆଲୁଅରେ ରାତି ବଢ଼ିଲେ ବଢିଯାଏ ଗ୍ରାହାକଙ୍କ ତାତି।ଆରମ୍ଭ ହୁଏ ବାରରେ ଗ୍ରାହକଙ୍କ ପସନ୍ଦ ନାପସନ୍ଦ ର ମୁଲଚାଲ। ପସନ୍ଦ ଆସିଲେ ବାରଗାର୍ଲଙ୍କୁ ଇସାରାହଦିଅନ୍ତି ଗ୍ରାହକ ।ହୋଟେଲର ରୁମ ଓ ବାରର ସିକ୍ରେଟ ଚାମ୍ବର ରେ ଆରମ୍ଭ ହୁଏ ଖେଳ।ବାର ଗାର୍ଲ୍ ଙ୍କ ବିରୋଧ କଲେ ବି ମାଲିକଙ୍କ ପକାନ୍ତି ଚାପ।ମାଲିକଙ୍କ ମଲଚାଲ ରେ ଚାଲେ ଦେହ ବେପାର. ଏ ନେଇ ଲଷ୍ମୀ ସାଗର ଥାନାରେ ହୋଇଛି ମାମଲା।