ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ କରି ଏପରି ଅଭିଭାଷଣ ରଖିଲେ ଶାହ
Shah made such a speech by inaugurating the National Highway Project
ଓଡିଆ ନ୍ୟୁଜ (ବ୍ୟୁରୋ): ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲୋକସେବା ଭବନରୁ ଓଡ଼ିଶାର ୨ଟି ଏନଏଚ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିକୁ ଆସିଥିବାରୁ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ କହିଛନ୍ତି, ରୂପାନ୍ତରଣ ଜରିଆରେ ନୂଆ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସାଜିଛି । ଲୋକଙ୍କ ଉନ୍ନତିରେ ମୋ ସରକାରର ବିଶ୍ୱାସ । ଉତ୍ତମ ଯୋଗାଯୋଗ ଉଭୟ ରାଜ୍ୟ ଓ ସାଧାରଣ ଲୋକଙ୍କ ପ୍ରଗତିର ସବୁଠୁ ବଡ ମାଧ୍ୟମ । ମାଲକାନଗିରିର ଗୁରୁପ୍ରିୟା ସେତୁ ହେଉଛି ଏହାର ସବୁଠୁ ବଡ ଉଦାହରଣ ।
ବିଜୁ ଏକ୍ସପ୍ରେସ ୱେ ଓ ଇକୋନୋମିକ କରିଡର ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ଯୋଡିଛି। ଏହା ସ୍ଥାନୀୟ ଅଞ୍ଚଳ ପାଇଁ ବିକାଶର ମାର୍ଗ ଖୋଲିଛି । ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବଜେଟରେ ବୃଦ୍ଧି କରାଯାଇଛି । କିଛି ମାସ ପୂର୍ବେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର ନିର୍ମାଣ କରାଯାଇଛି । ମାଲକାନଗିରିରେ ଗ୍ରୀନଫିଲ୍ଡ ବିମାନବନ୍ଦରର କାମ ଜାରି ରହିଛି ବୋଲି କହିଛନ୍ତି ଶାହ ।
ସୂଚନାଥାଉକି ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗତକାଲି ୧୧.୫୦ରେ ଶାହ ଭୁବନେଶ୍ୱରରେ ପହଂଚିଥିଲେ । ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସେବା ଭବନରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଲୋକସେବା ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ଉଭୟ ନବୀନ-ଶାହାଙ୍କୁ ମଞ୍ଚ ସେୟାର କରିଥିବାର ଦେଖିବାକୁ ମିଳିଛି ।