ଓଡ଼ିଆ ନ୍ୟୁଜ,(ବ୍ୟୁରୋ): 25 ବର୍ଷର ବ୍ୟବଧାନରେ ଏକାଠି ହୋଇ ଶାନ୍ତି ଯଜ୍ଞର ଆୟୋଜନ କଲେ ଭାନୁପୁର ଗ୍ରାମବାସୀ । ସୂଚନା ଅନୁସାରେ ଜଳେଶ୍ଵର ବ୍ଲକ ଶିଖରପୁର ପଞ୍ଚାୟତ ର ତିନି ନମ୍ବର ଓ୍ବାଡ ଭାନୁପୁର ଗ୍ରାମ ରେ ବିଗତ ୨୫ ବର୍ଷଧରି ବିଭିନ୍ନ ସମସ୍ୟା କୁ ନେଇ ଗ୍ରାମବାସୀ ମଧ୍ୟରେ ମନାନ୍ତର ମତାନ୍ତର ଲାଗିରହିଥିଲା।
ତେବେ ଦୀର୍ଘ ବର୍ଷ ଧରି ଗ୍ରାମ ର ସମସ୍ତେ ଅଶାନ୍ତ ବାତାବରଣ ମଧ୍ୟରେ ରହିଆସୁଥିବା ବେଳେ କୈ।ଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନଥିଲା। ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଏହି ଗ୍ରାମ ଟି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ମଧ୍ୟରେ ରହିଥିବା ବେଳେ, ଗ୍ରାମ ର ଦୁଇ ଦୁଇଟି ଶିବମନ୍ଦିର ଅଧିକ ମନୋରମ କରିଛି। ତେବେ ଏହି ଅଶାନ୍ତ ବାତାବରଣ କୁ ଦୂର କରି ଗ୍ରାମ ରେ ଭାଇଚାରା ସୃଷ୍ଟି କରିବା ଲଖ୍ଯରେ ଯୁବକ ମାନେ ଏକତ୍ରିତ ହୋଇ ଗ୍ରାମ ର ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କୁ ଏକତ୍ରିତ କରି ଭାଇଚାରା ସୃଷ୍ଟି କରିବା ରେ ସଫଳ ହୋଇଛନ୍ତି।
ଏହାକୁ ନେଇ ଗ୍ରାମ ରେ ଥିବା ଝଗଡେଶ୍ବର ଶିବ ମନ୍ଦିର ନିକଟରେ ଆୟୋଜନ କରିଛନ୍ତି ଶାନ୍ତି ମହା ଯଜ୍ଞ। ସକାଳ ସମୟରେ ଗ୍ରାମ ରମହିଳା ମାନଙ୍କ ଦ୍ବାରା ସୁବର୍ଣ୍ଣରେଖା ନଦୀ ରୁ ପାଣି ଆଣି କଳସ ଶୋଭାଯାତ୍ରା ରେ ଯଜ୍ଞ ସ୍ଥଳକୁ ଆସି ଠାକୁରଙ୍କ ର ରୁଦ୍ରାଭିଷେକ କରାଯାଇଛି। ଏଥିରେ ଗ୍ରାମ ର ଶତାଧିକ ମହିଳା, ବୃଦ୍ଧ, ଯୁବକ, ପିଲାମାନେ ଏକତ୍ରିତ ହୋଇ ଥିଲେ।