ୟୁକ୍ରେନ୍ ଓ ରୁଷ ବିବାଦ ଶେୟାର ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି । ମଙ୍ଗଳବାର କ୍ରମାଗତ ପଞ୍ଚମ ଦିନ ବଜାରରେ ହ୍ରାସ ଘଟିଛି ।
କାରବାର ଆରମ୍ଭରୁ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୨୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ସକାଳ ୯ଟା ୨୦ ସୁଦ୍ଧା ସେନସେକ୍ସ ପ୍ରାୟ ୯୯୦ ପଏଣ୍ଟ ହ୍ରାସ ପାଇ ୫୬,୭୦୦ ପଏଣ୍ଟ ତଳେ କାରବାର କରିଥିଲ । ସେହିଭଳି ନିଫ୍ଟି ୩୦୦ରୁ ଅଧିକ ପଏଣ୍ଟ ଭାଙ୍ଗି ୧୭ ହଜାର ପଏଣ୍ଟରୁ କମ୍ ହୋଇଯାଇଥିଲା ।

ଯୁଦ୍ଧର ଆଶଙ୍କା ଯୋଗୁଁ ସମଗ୍ର ବିଶ୍ୱରେ ନିବେଶକମାନେ ଭୟଭୀତ ଥିବାବେଳେ ସୁରକ୍ଷିତ ନିବେଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।