ଜୟଶଙ୍କରଙ୍କୁ ପରାମର୍ଶ ଦେଲେ ଶଶୀ ଥରୁର, କହିଲେ ଅଧିକ ପତଳା-ଚମ-ବାଲା ହେବା ଭାରତ ପାଇଁ ଭଲ ନୁହେଁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଜୟଶଙ୍କରଙ୍କୁ କଂଗ୍ରେସ ନେତା ଶଶୀ ଥରୁର ଏକ ବଡ ପରାମର୍ଶ ଦେଇଛନ୍ତି।  ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ମନ୍ତବ୍ୟ ଦେବା ପାଶ୍ଚାତ୍ୟ ଦେଶଗୁଡ଼ିକର ‘ମନ୍ଦ ଅଭ୍ୟାସ’ ବୋଲି କହିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କଂଗ୍ରେସ ନେତା ଶଶୀ ଥରୁର ଟିକେ ଶାନ୍ତ ହୋଇଯିବା ପାଇଁ ପରାମର୍ଶ ଦେଇଛନ୍ତି।

ଥରୁର କହିଛନ୍ତି, ଟିକେ ମୋଟା ଚମଡ଼ାବାଲା ହେବା ଓ ସମାଲୋଚନାକୁ ସହ୍ୟ କରିବା ସରକାର ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରତ୍ୟେକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ଭାରତ ପାଇଁ ବୁମେରାଂ ହୋଇପାରେ।ସୂଚନାଯୋଗ୍ୟ, ବେଙ୍ଗାଲୁରୁଠାରେ ଏକ ଭାଷଣରେ ଜୟଶଙ୍କର କହିଥିଲେ, ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ମତବ୍ୟକ୍ତ କରିବାକୁ ‌ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜର ‘ଈଶ୍ବରଦତ୍ତ ଅଧିକାର’ ବୋଲି ମନେକରନ୍ତି।

ଯଦି ପାଶ୍ଚାତ୍ୟ ଦେଶଗୁଡ଼ିକ ଅନ୍ୟ ଦେଶ ଉପରେ ମନ୍ତବ୍ୟ ଦେଇଚାଲିବେ ତେବେ ଅନ୍ୟମାନେ ବି ସେମାନଙ୍କ ଉପରେ ମନ୍ତବ୍ୟ କରିବା ଆରମ୍ଭ କରିବେ। ଏହା କିନ୍ତୁ ସେମାନଙ୍କୁ ଭଲ ଲାଗିବ ନାହିଁ। ରାହୁଲ ଗାନ୍ଧିଙ୍କ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ଉପରେ ଆମେରିକା ଓ ଜର୍ମାନୀର ମନ୍ତବ୍ୟ ପରେ ଜୟଶଙ୍କର ଏହା କହିଥିଲେ। ଥରୁର କହିଛନ୍ତି, ବିଦେଶୀ ସମାଲୋଚନାକୁ ସରକାର ସକାରାତ୍ମକ ଭାବେ ଗ୍ରହଣ କରିବା ଉଚିତ। ଅଧିକ ପତଳା-ଚମ-ବାଲା ହେବା ଭାରତ ପାଇଁ ଭଲ ନୁହେଁ। ଆମେ ପ୍ରତିକ୍ରିୟା ପ୍ରକାଶ କଲେ ସେମାନେ ଓଲଟା ପ୍ରତିକ୍ରିୟା ପ୍ରକାଶ କରିବେ ଏବଂ ଆମ ପାଇଁ ତାହା ବୁମେରାଂ ପରି ହୋଇପାରେ।

Leave A Reply

Your email address will not be published.