ଜଳଲାଗି ପାଇଁ ଶିବ ମନ୍ଦିର ଯାଉଥିଲେ, କାର ମାଡ଼ିଯିବାରୁ ୨ ମୃତ ୧୩ ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଳଲାଗି ପାଇଁ ଶିବ ମନ୍ଦିର ଯାଉଥିଲେ। ବାଟରେ କାର ଚଢିଯିବାରୁ ୨ ମୃତ ହୋଇଥିବା ବେଳେ୧୩ ଜଣ ଆହତ ହୋଇଛନ୍ତି।  ଏହି ଦୁର୍ଘଟଣା ଗତକାଲି ରାତି ପ୍ରାୟ ୧୨ଟା ଵେଳେ ହୋଇଥିଲା । ଘଟଣା ସ୍ଥଳରେ ଅରଖପୁର ଗାଁର ସୁଶାନ୍ତ ଜେନାଙ୍କ ସ୍ତ୍ରୀ ଅନିତା ଜେନା (୩୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ସୋନିଆ ଜେନା (୧୭) ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛି ।

ସେହିଭଳି ମୁକୁନା ବେହେରା (୩୨) ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ଆସିକା ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ କାଉଡିଆ ମାନେ ଗୁରୁତର ହୋଇ ବ୍ରହ୍ମପୁର ବଡ ବଡମେଡିକାଲରେ ଚିକିତ୍ସିତ ଅଛନ୍ତି ।। ସୂଚନା ଅନୁଯାୟୀ ବୁଗୁଡା ବ୍ଲକ ଅରଖପୁର ଗ୍ରାମର ପୁରୁଷ ଓ ମହିଳା କାଉଡିଆ ମାନେ ଆସିକାଋଷିକୂଲ୍ୟା ଓ ବଡନଦୀ ପବିତ୍ର ସଙ୍ଗମ ସ୍ଥଳରେ ଜଳଭାର ଧରି ତାଡକେଶ୍ବର ଶୈବ ପୀଠକୁ ଯାଉଥିଲେ । ଵିଳମ୍ବିତ ରାତିରେ ଆସିକା ଭେଟନଇ ଓ ବଡଖୋଲି ମୁଖ୍ୟ ସଡକରେ ପଛପଟୁ କାର ମାଡିଯାଇଥିଲା ।

Leave A Reply

Your email address will not be published.