ଦିଲ୍ଲୀ ଗସ୍ତରେ ଶିବରାଜ ସିଂ ଚୌହାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ବୈଠକ ପାଇଁ ଦିଲ୍ଲୀ ଡାକିଛନ୍ତି। ଏହା ଉପରେ ଶିବରାଜ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀକୁ ଡାକିଛନ୍ତି ଏବଂ ସଂଗଠନ ଯାହା ନିଷ୍ପତ୍ତି ନେବ ତାହା କରିବ। ଏହାସହ  ଡିସେମ୍ୱର ୧୯ରେ ଶିବରାଜ ସିଂ ଚୌହାନ ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ।

ସୂଚନା ମୁତାବକ, ମଙ୍ଗଳବାର ସକାଳେ ଦିଲ୍ଲୀ ଶିବରାଜ ସିଂ ଦିଲ୍ଲୀ ପହଞ୍ଚି ନଡ୍ଡାଙ୍କୁ ଭେଟିବେ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପରେ ଏହା ଶିବରାଜଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । କେନ୍ଦ୍ର କ୍ୟାବିନେଟରେ ଏକ ଛୋଟକାଟିଆ ସଂପ୍ରସାରଣ ସମ୍ଭାବନା ମଧ୍ୟରେ ଏହି ବୈଠକକୁ ଗୁରୁତ୍ବ ଦିଆଯାଉଛି । ନରେନ୍ଦ୍ର ସିଂ ତୋମର ମଧ୍ୟପ୍ରଦେଶକୁ ଫେରିବା ପରେ କେନ୍ଦ୍ରରେ କୃଷି ମନ୍ତ୍ରାଳୟ ଖାଲି ଥିଲା । ଶିବରାଜଙ୍କୁ ଏହି ମନ୍ତ୍ରାଳୟ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଶିବରାଦ ସିଂ ଚୌହାନଙ୍କ ନୂଆ ଭୂମିକା ଉପରେ ଖୁବ୍ ଚର୍ଚ୍ଚା ହେଉଛି । କିଛି ରାଜନୀତି ବିଶେଷଜ୍ଞଙ୍କ ଅନୁସାରେ ଦେଢ ଦଶନ୍ଧିରୁ ଅଧିକ ସମୟ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିବା ଶିବରାଜଙ୍କ ଅଭିଜ୍ଞତାର ଲାଭ ପାର୍ଟି ରାଷ୍ଟ୍ରୀୟ ସ୍ତରରେ ଉଠାଇବାକୁ ଚାହୁଁଛି । ୨୦୨୪ ପୂର୍ବରୁ ଶିବରାଜ ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇ ପାରେ କିମ୍ୱା ସଂଗଠନରେ ବଡ଼ ଭୂମିକା ଦିଆଯାଇପାରେ ।

Leave A Reply

Your email address will not be published.