ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ । ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି । ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ । ମଞ୍ଚେଶ୍ବର ଥାନା‌ ବରିମୁଣ୍ଡ ପଡିଆ ପାଖରେ ରଘୁ ଉପରକୁ ଗୁଳିମାଡ଼ କରିଛି ପୋଲିସ । ଆହତ ଅବସ୍ଥାରେ ଅପରାଧୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତା’ର ଗୋଡରେ ଗୁଳି ବାଜିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ହାତରୁ ଖସିବା ପାଇଁ ରଘୁ ଚେଷ୍ଟା କରିବା ସହ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାପରେ ପୋଲିସର ପାଲଟା ଗୁଳିମାଡରେ ଆହତ ହୋଇଥିଲା ଏହି କୁଖ୍ୟାତ ଅପରାଧୀ ।

ରଘୁ ବିଶ୍ବାଳ ମଞ୍ଚେଶ୍ବରରେ ବୁଲାବୁଲି କରୁଥିବା ଭୋର୍ ୩ଟା ସମୟରେ ସୂଚନା ପାଇଥିଲା ମଞ୍ଚେଶ୍ବର ପୋଲିସ । ଏନେଇ ପୋଲିସର ଏକ ଟିମ୍ ମଞ୍ଚେଶ୍ବର ବରିମୁଣ୍ଡା ରାସ୍ତାରେ ଯିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ବାଳ ଓ ତା’ର ସହଯୋଗୀ ଏକ କେଟିଏମ ବାଇକରେ ବୁଲୁଥିଲେ । ପୋଲିସ ସେମାନଙ୍କୁ କାବୁ କରିବା ପାଇଁ ପିଛା କରିଥିଲା । ଏହା ଜାଣିପାରି ପୋଲିସକୁ ଚକମା ଦେଇ ଖସିଯିବାକୁ ଚେଷ୍ଟା କରିଥିଲା ରଘୁ । ନଇପଠା ବାଲିଯାତ୍ରା ପଡିଆ ପାଖେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସ ପାଲଟା ଗୁଳିମାଡ କରିବାରୁ ରଘୁ ଓ ତା’ର ସହଯୋଗୀ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଉଭୟଙ୍କ ଠାରୁ ଗୋଟିଏ ଗାଡି ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି ।

ସୁଚନା ଅନୁସାରେ, କୁଖ୍ୟାତ ଅପରାଧି ରବି ରାଓ ଗ୍ୟାଙ୍ଗର‌ ସଦସ୍ୟ ହେଉଛି ରଘୁ । ସେ ଏହି ଗ୍ୟାଙ୍ଗ ସହ ମିଶି ଅନେକ ଥର ଲୁଟ, ଡକାୟତି ଓ ରାହାଜାନି କରିଛି । ସେ 12ରୁ ଊର୍ଦ୍ଧ୍ବ ଅପରାଧିକ ମାମଲରେ ଜଡିତ ରହିଛି । ତାକୁ ଧରିବାକୁ ଚେଷ୍ଟା କରାଯାଉଥିବା ବେଳେ ସେ ପୋଲିସ ଉପରକୁ ଗୁଳିମାଡ କରିଥିଲା । ଯାହା ଫଳରେ ପୋଲିସ ତାକୁ ଏନକାଉଣ୍ଟର କରିଛି । ଗୋଡ଼ରେ ଗୁଳି ବାଜିବାରୁ ରଘୁ ଆହତ ହୋଇଛି । ଗତ ମାର୍ଚ୍ଚ ମାସରେ ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କରିଥିଲା ପୋଲିସ । ଭୁବନେଶ୍ବର ବାଙ୍କୁଆଳରେ ତାକୁ ଏନକାଉଣ୍ଟର କରାଯାଇଥିଲା ।

Leave A Reply

Your email address will not be published.