ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ । ୨୮ ବର୍ଷୀୟ ଶୁଭାଶିଷ ୨୦୦୯ରେ ବିବି ମଡେଲ୍ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ । ଏହା ପରେ ସେ ଆଇଟିଆଇରେ ନାମ ଲେଖାଇ ଥିଲେ । ସିଟିଟିସିରେ ଟ୍ରେନିଂ ନେବା ସହ ୨୦୧୮ରେ ଇସ୍ରୋରେ ଚାକିରି ପାଇଥିଲେ ଶୁଭାଶିଷ । କେନ୍ଦ୍ରାପଡ଼ା ଜିଲ୍ଲା ମୁକୁନ୍ଦପୁର ଗାଁର ମଳୟ ନାୟକଙ୍କ ପୁଅ ଶୁଭାଶିଷ ।

ବାପା ମଳୟଙ୍କ ଏକ ପୂଜା ଦୋକାନ ରହିଥିବା ବେଳେ ସେଥିରେ ପରିବାର ଚଳେ । ପୁଅକୁ ନେଇ ବାପା କହିଛନ୍ତି, ପିଲାଟି ଦିନରୁ ସେ ମେକାନିକ୍ ହେବାକୁ ଇଚ୍ଛା ରଖିଥିଲା । ଦଶମ ପରେ କଲେଜ ପରିବର୍ତ୍ତେ ଆଇଟିଆଇ ପାଇଁ ମନ ବଳାଇଥିଲା । ପୁଅ ଚନ୍ଦ୍ରଯାନ-୩ ଅଭିଯାନରେ ଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶୁଭାଶିଷଙ୍କ ମାଆ ନିର୍ମଳା ।

Leave A Reply

Your email address will not be published.